କଙ୍କଡ଼ାହାଡ଼ ବ୍ଲକ କାମାକ୍ଷାନଗର ପୂର୍ବ ବନାଞ୍ଚଳ କଙ୍କଡାହାଡ଼ ସେକସନର କଲଦା ବନ ସୁରକ୍ଷା ସମିତିରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଓ ଏହାକୁ ନିରାକରଣ ଏବଂ ଆବର୍ତ୍ତନ ପାଣ୍ଠିର ସୁପରିଚାଳନା ବିଷୟରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି
l ଏହି କର୍ମଶାଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଚ୍ଛାସେବୀ ସଂଗଠନ, କାର୍ଯ୍ୟ ନିର୍ବାହୀ କମିଟିର ସଭ୍ୟ ସଭ୍ୟା ଓ ଗ୍ରାମର ଜନସାଧାରଣ, ବନ ସହାୟକ, ଜଙ୍ଗଲ ଜଗୁଆଳି ଯୋଗଦାନ କରିଥିଲେ l ବନ ସୁରକ୍ଷା ସମିତିର ସଭାପତିଙ୍କ ଆଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ବନାଞ୍ଚଳ କ୍ଷେତ୍ର ପରିଚାଳନା ଟିମ ଲିଡର ଦୁର୍ଯ୍ୟୋଧନ ପ୍ରଧାନ, ବନପାଳ ଶିଵରାମ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଓ ଲିଙ୍ଗରାଜ ପ୍ରଧାନ ,ବନପାଳ ଶିବରାମ ବେହେରା ,
ପ୍ରଧାନ ଶିକ୍ଷକ ସମୀର ନାଏକ , ସ୍ନେହଲତା ପଟ୍ଟନାୟକ ଯୋଗ ଦେଇ କିପରି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା କରାଯାଇ ପାରିବ ତାଉପରେ ଆଲୋଚନା କରିଥିଲେ ।
ଜଙ୍ଗଲ ସୁରକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ବିଷଦ ଭାବରେ ଅବଗତ କରାଇବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଟି, ସି. ଆଇ. ଜି ଗୋଷ୍ଠୀ ଓ ଅତି ଗରିବ ଲୋକ ମାନେ କିଭଳି ଆତ୍ମନିର୍ଭରଶୀଳ ହୋଇ ପାରିବେ ସେଥିପାଇଁ ଆସିଥିବା ଆବର୍ତ୍ତନ ପାଣ୍ଠିକୁ ସୁ ପରିଚାଳନା କରିବାକୁ ବିଭିନ୍ନ ଉପାୟ ଗୁଡିକୁ ବିଷଦ ଭାବରେ ଅବଗତ କରାଇଥିଲେ l ଶେଷରେ ଉପସ୍ଥିତ ଜନସାଧାରଣଙ୍କ ଦ୍ୱାରା ଏକ ବିଶାଳ ସଚେତନତା ପଦଯାତ୍ରା କାରାଯାଇଥିଲା l