ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟ ତଥା ରେଞ୍ଜରେ ଜିଲ୍ଲାର ସର୍ବାଧିକ ହାତୀ ରହିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ହାତୀଗୁଡିକ ଜଳକ୍ରୀ ଡା କରିବା ଏବଂ ପାଣି ପିଇବା ପାଇଁ ପ୍ରଚୁର ପାଣିର ଆବଶ୍ୟକତା ହୋଇଥାଏ । ଢେଙ୍କାନାଳ ବନଖଣ୍ଡରେ ୧୪ ବର୍ଷରେ ଜଙ୍ଗଲ ମଧ୍ୟରେ ୧୧୩ଟି ପୋଖରୀ ଖୋଳା ଯାଇଥିବା ବେଳେ ସେଥିରେ ପାଣି ନାହିଁ ।
ହାତୀ ସହିତ ଅନ୍ୟ ଜୀବଜନ୍ତୁ ପାଣି ପାଇବା ପାଇଁ ଗ୍ରାମ ପୋଖରୀ ଏବଂ ନାଳ ନିକଟକୁ ଚାଲି ଆସୁଥିବା ବେଳେ ଶିକାରୀ ଗୁଳିରେ ନିହତ ହେଉଛନ୍ତି । ଢେଙ୍କାନାଳ ବନଖଣ୍ଡରେ ମୋଟ ୧ ହଜାର ୭୩୭ ବର୍ଗ କିଲୋମିଟର ଜଙ୍ଗଲ ସହିତ ୧ ହଜାର ୧୪୧ ବର୍ଗ କିଲୋମିଟର ସଂରକ୍ଷତି ଜଙ୍ଗଲ,୫୯୬ ବର୍ଗ କିଲୋମିଟର କେଏଫ ଜଙ୍ଗଲ ରହିଛି ।ଢେଙ୍କାନାଳ,ହିନ୍ଦୋଳ,ମହାବିରୋଡ,କାମାକ୍ଷାନଗର ପୂର୍ଵ,ପଶ୍ଚିମ ସହିତ ଭୁବନ ,ଷଢଙ୍ଗୀ,କପିଳାସ ଭଳି ୮ଟି ରେଞ୍ଜ ସହତି ୩୭ଟି ସେକସନ ଏବଂ ୧୦୪ଟି ବିଟ ରହିଛି ।କପିଳାସ ଜଙ୍ଗଲକୁ ଗତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା ।ପ୍ରାୟ ୧୨୫.୫ ବର୍ଗ କିଲୋମିରରେ ପରିବ୍ୟାପ୍ତ ଅଞ୍ଚଳକୁ ନେଇ ଗଠିତ ହୋଇ କପିଳାସ ଅଭୟାରଣ୍ୟ । ସମୁଦ୍ର ପତ୍ତନଠାରୁ ପ୍ରାୟ ୧ଶହରୁ ୬ଶହ ଉଚ୍ଚତାରେ ରହିଛି ଏହି ଅଭୟାରଣ୍ୟ ।ଏହି ଅରଣ୍ୟରେ ବହୁ ଜୀବ ଜନ୍ତୁଙ୍କ ସହିତ ହାତୀ ,ହରିଣ, ବାଘ,ଝିଙ୍କ,କୁଟୁରା, ସମ୍ବର,ଭାଲୁ,ବଜ୍ର କାପ୍ତା,ଅହିରାଜ,ଅଜଗର ସାପ ବି ରହୁଛନ୍ତି ।
ଜୀବଜନ୍ତୁରେ ପୂର୍ଣ୍ଣ କପିଳାସକୁ ଇକୋସେନସିଟିଭ ଜୋନ ଭାବରେ ଘୋଷଣା କରାଯାଇଛି ।