ଇତିହାସର ସେ ପୁରୁଣା କାହାଣୀ,
ସଂଘର୍ଷ ସମୟ ଶୁଣି ରଖ ଜାଣି ।
ନିଜ ପାଇଁ ମିଳୁ ନ ଥିଲା ଆଜାଦି,
ଚାରିଆଡେ ଖାଲି ଦେଶ ର ବର୍ବାଦି ।
ବିଦେଶୀ ଶାସନ ଚାଲିଲା ଦେଶରେ,
କଥା ଚାଲିଥାଏ ବନ୍ଧୁକ ଗୁଳିରେ ।
ସ୍ୱ ନିଶ୍ଵାସ ଭୟେ ଦେଶର ଲୋକେ ତ,
ନିଜର ହିଁ ଶତ୍ରୁ ସାଜିଲେ ବହୁତ ।
କେତେ ବୀର ଲଢ଼ି ଝାଳ ରକ୍ତ ବୁହାଇଲେ,
ନିଜ ପ୍ରାଣ ହାରି ଦେଶ ସ୍ଵାଧୀନ କରିଲେ ।
ସେଦିନ ଅଗଷ୍ଟ ୧୫ ଯେ ଥିଲା,
ଗୋରା ଲୋକ ଆମ ଦେଶ ଛାଡ଼ି ଗଲା ।
ଜୟ ସେହି ବୀର ଜୟ ମୋ ଭାରତ,
ଦେଶ ରକ୍ଷା ପାଇଁ ଆସ ହେବାରେ ଏକତ୍ର ।
ହେଲେ ଯୁଗ ର ପୀଢ଼ି ତ ଗଡି ଚାଲିଛି,
ନିଜ ଦେଶ ଲୋକ ରାକ୍ଷସ ସାଜିଛି ।
କନ୍ୟା ଭ୍ରୁଣ ହତ୍ୟା ନାରୀ ଅତ୍ୟାଚାର,
ସ୍ୱ ଦେଶେ ବାସିନ୍ଦା କରୁଛି ଶିକାର ।
ପରଦେଶୀ ଛାଡ଼ ଦେଶୀ ହିଁ ରାକ୍ଷସ,
ଅପରାଧୀ କୁ ମିଶି ଦଣ୍ଡ ଦେବା ଆସ ।
ଜାତି- ପାତି ଧର୍ମ ଭେଦ ଭାବ ଛାଡ଼ି,
ଦେଶ ରକ୍ଷା ପାଇଁ ଚାଲ ଯିବା ମାଡ଼ି ।
ସମସ୍ତେ ସ୍ଵାଧୀନ ସ୍ଲୋଗାନ ଗାଇବା,
ଜାତି ର ବାନା କୁ ଆହ୍ଵାନ କରିକିି ଭାରତ ରକ୍ଷା ର ଶପଥ କରିବା।
ଉଚ୍ଚ ସ୍ୱରେ ଜୟ ଭାରତ କହିବା,
ସ୍ଵାଧୀନ ଦିବସ ମିଶିକି ପାଳିବା ।
✍️ପ୍ରିୟଙ୍କା ମହାପାତ୍ର