ଦେଶ ରକ୍ଷାରେ ନିୟୋଜିତ ଜବାନଙ୍କ ବାହାଘର ନିମନ୍ତେ ବିଭାଗ ପକ୍ଷରୁ ହେଲିକ୍ୟାପ୍ଟର ଯୋଗେ ଜବାନଙ୍କୁ ଘରେ ପହଁଚାଇବାର ଯୋଜନା କରାଯାଇଥିବାରୁ ସୀମା ସୁରକ୍ଷା ବଳର ଅଧରକାରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜବାନଙ୍କ ପରିବାର ବର୍ଗ ।ଖବର ନେବାରେ ଜଣାଯାଇଛି ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଚାଂୟତର ଆଦିପୁର ଗ୍ରାମ ।
ଏହି ଗ୍ରାମର ୱାର୍ଡ ସବ୍ୟା ସତ୍ୟାଭାମା ବେହେରାଙ୍କ ଏକମାତ୍ର ପୁଅ ସୀମା ସୁରକ୍ଷା ବଳରେ ଯୋଗଦେଇଛନ୍ତି । ତାଙ୍କର ବାହାଘର ଅପ୍ରେଲ ମାସ ୨୮ ତାରିଖକୁ ସ୍ଥିର ହୋଇଥିଲା । କିନ୍ତୁ ସୀମା ସୁରକ୍ଷା ବଳ ପକ୍ଷରୁ ଛୁଟି ମଜୁଂର କରାଯାଇନଥିଲା । ଏନେଇ ପରିବାର ପକ୍ଷରୁ ବାହାଘର ନିମନ୍ତ୍ରଣ ପତ୍ର ସୀମା ସୁରକ୍ଷା ବଳର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଯାଇଥିଲା ।
ସୀମାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବାରୁ ତାଙ୍କର ଛୁଟି ମଜୁଂର ହୋଇପାରିନଥିଲା । ୨୭ ତାରିଖରେ ଶ୍ରୀନଗର କାଯର୍ୟାଳୟରୁ ଜବାନ ସତ୍ୟନାରାୟଣ ବେହେରାଙ୍କ ବାପା ଖଗେଶ୍ୱର ବେହେରାଙ୍କୁ ଜଣାଇଦିଆଯାଇତରଲା କି ତାଙ୍କ ପୁଅକୁ ଛୁଟି ମିଳିଛି ଆଉ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ସୀମାରୁ ଶ୍ରୀନଗର ଅଣାଯାଇଛି ।
ଗୁରୁବାର ବିବାହ ତାରିଖ ଥିବା ସତ୍ୱେ ଜବାନ ଘରେ ପହଁଚି ପାରିନାହାନ୍ତି । ଫଳରେ ପରିବାର ବର୍ଗ ଏହି ବିବାହକୁ ଆସନ୍ତା ମେ ମାସ ଦୁଇ ତାରିଖକୁ ସ୍ଥିର କରାଯାଇଥିବା ଜବାନଙ୍କ ମା ସତ୍ୟଭାମା ବେହେରାଙ୍କ ଠାରୁ ଜଣାପଡିଛି । ଅପରପକ୍ଷେ ଜବାନ ଶୁକ୍ରବାର ସୁଦ୍ଧା ଆଦିପୁରାରେ ପହଁଚିବେ ବୋଲି ପରିବାର ସୁତ୍ରରୁ ପ୍ରକାଶ ।