+୨ ପରୀକ୍ଷାର ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ଉତ୍କଳ ମଣୀ ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଆବାସିକ ଶିକ୍ଷା ଅନୁଷ୍ଠାନ ବାଜି ରାଉତ ଡିଗ୍ରୀ କଲେଜ ( BIET ) ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଛି ।
ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ମଧ୍ୟାନ ୧୨ ଟାରେ ଶେଷ ହେଉଛି । ଏବଂ ମଧ୍ୟନ ସମୟରେ ହେଉ ଥିବା ଅଗ୍ନିବର୍ଷା ଭଳି ଖରା ଦାଉରୁ ସାଧାରଣତଃ ରକ୍ଷା ପାଇବା ପାଇଁ ଏହି ବ୍ୟବସ୍ଥାର ଆୟୋଜନ କରାଯାଇଛି । ଏହି ଜଳଛତ୍ର କେନ୍ଦ୍ରରେ ଗୋବିନ୍ଦପୁର ସରପଞ୍ଚ ଅରୁଣ ପରିଡା ପହଞ୍ଚି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସର୍ବତ ବାଣ୍ଟିଥିଲେ । ଆମେ ବି ଜଣେ ବିଦ୍ୟାର୍ଥୀ ଏହି ଖରାରେ ବହୁ ଦୂରରୁ ଆମ ଭାଇ ଭଉଣୀ ମାନେ ଆସୁଛନ୍ତି ତେଣୁ ଏହା ଆମର କର୍ତ୍ତବ୍ୟ ବୋଲି ବିଟ୍ କଲେଜର ଛାତ୍ର କହିଛନ୍ତି ।