ମାତୃଗର୍ଭେ ସଂଚାରଠାରୁ
ଆରମ୍ଭି ଜୁଇ ନିଆଁ ପଯ୍ୟନ୍ତ ;
ସବୁଠି ମୁଁ ଅବହେଳିତ, ଶୋଷିତ
ଏଥିରେ ମୋର କିବା ଦୋଷ ?
ମାରନାହିଁ ମାରନାହିଁ ମୋତେ
ଶୁଭେ ଆକୁଳ ଆର୍ତ୍ତଚିତ୍କାର,
ଜନ୍ମଦାତା, ଜନ୍ମିଦାତ୍ରୀ, ଯେବେହୁଅନ୍ତି ବଇରୀ;
ନିରୀହ ନିଷ୍ପାପ କନ୍ୟା
ମାତୃଗର୍ଭେ ହୁଏ ଜୀବନ୍ତଦଗ୍ଧ !!!
ଦୋଷ କାହାର ???
ମୋର.ସମାଜର.ନା ହୀନଚିନ୍ତାଧାରାର ???
ଅଶାର ଭାସମାନ ବୈତରଣୀରେ
ପଶ୍ଚାତ କୁଠାରଘାତ
ପରି. ମମିତା. ରୁଚିକା କନ୍ୟା ରତ୍ନ
ଅଦିନେ ହରାନ୍ତି ଜୀବନ !!!
ଆଶାଥିଲା -ଅବତର୍ଣ୍ଣି ମାତୃ ଭୂମିକାରେ,
ପରଶିଥାନ୍ତି ସ୍ନେହ, ପ୍ରେମ ସେବାରେ ;
କିନ୍ତୁ ଏ କାଣହେଲା ??
କଞ୍ଚାମାଂସ ଖାଇଗଲେ ନରରାକ୍ଷସେ
ଦେଲେନାହିଁ ବଞ୍ଚିବାରରାହା !!
ଦୁର୍ଦ୍ଦିନ ସେ ନିଷ୍କପଟ ନାରୀର
ନା, ମୁଁଲଢ଼ିବି –
ଲଢ଼ିବି ମୁଁ କଳ୍ପନା,ଅଞ୍ଜନା,ପରି
ସମାଜକୁ ଦେଖାଇବି ନୂତନ ଦିଶା
ମହାକାଶରୁ ପାତାଳ ପଯ୍ୟନ୍ତ
କରିବି ଖୋଳତାଡ !
ହାସଲକରିବି ମୋର ନାର୍ଯ୍ୟ ଅଧିକାର
ପୁରୁଷପ୍ରାଧାନ୍ୟ ସମାଜକୁ
ଶୁଣାଇବି ମୋର ଶାଣିତ ସ୍ୱର
ଆଶାର ସୁରୁଜ –
ଅଧର୍ମ, ଅତ୍ୟାଚାରର ଗୁମସୁମ
ବିଭାବରି ହୋଇବ ଅନ୍ତ ?
ଉଦୟ ହେବେ ନବୀନ ଦିବାକର
ନୁଆସକାଳର ପହିଲି କାକରାବ
ବଖାଣିବ କନ୍ୟାଅଭିଳାଷର
ଜୈତ୍ରଗାଥା ;
ଅତ୍ର, ତତ୍ର ସର୍ବତ୍ର !!!
✒️ସୂର୍ଯ୍ୟ ନାୟକ