News
WhatsApp Image 2023-10-04 at 17.25.00
samparksetu

ଅଂଶୁଘାତରେ ଛାତ୍ରୀ ଅସୁସ୍ଥ ,ଶ୍ରୀମୂଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା

ଢେଙ୍କାନାଳ ରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପାରଦ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ବିଭିନ୍ନଗୋଷ୍ଠୀ ଓ ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ ।

ଶନିବାର ଦନି ଜଣେ ଛାତ୍ରୀ ନବୋଦୟ ପ୍ରବେଶିକ। ପରୀକ୍ଷା ଦେଇ ଫେରୁଥିବା ବେଳେ ଅସୁସ୍ଥ ହେବାରୁ ସ୍ଥାନୀୟ ଶ୍ରୀମୂଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ବେଳେ ମୁଖ୍ୟ ଫାଟକରେ ତାଲା ପଡିଥିଲା । ଛାତ୍ରୀର ବାପା ମୁଖ୍ୟ ଫାଟକ ବାଡେଇଥିଲେ ମଧ୍ୟ କେହି ଶୁଣି ନଥିଲେ । ଶେଷରେ ଏକ ଔଷଧ ଦୋକାନୀର ସହାୟତାରେ
ଝଅି ର ଜୀବନ ବଞ୍ଚା ଯାଇଥିଲା ।

ଏଭଳି ଏକ ଅଭାବନୀୟ ଘଟଣା କାମାକ୍ଷାନଗର ବ୍ଲକ ଶ୍ରୀମୂଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ।ଗ୍ରାମର ଦିଗମ୍ବର ବେହେରା ତାଙ୍କ ଝିଅ ଦୀପ୍ତିମୟୀ ବେହେରାଙ୍କୁ ନେଇ କାମାକ୍ଷାନଗର ଠାରେ ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେଇ ନିଜ ଗ୍ରାମକୁ ଫେରୁଥିଲେ । ସାଇକେଲ ଯୋଗେ ଦିଗମ୍ବର ଝିଅକୁ ଧରି ଫେରୁଥିବା ସମୟରେ ଦୀପ୍ତିମୟୀ ଅଂଶୁଘାତର ଶିକାର ହୋଇଥିଲେ । ଚିକିତ୍ସା ପାଇଁ ନିକଟସ୍ଥ ଶ୍ରୀମୂଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ମୁଖ୍ୟ ଫାଟକରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ ।

ମୁଖ୍ୟ ଫାଟକ ସମ୍ମୁଖରେ ଦିଗମ୍ବର ଆକୁଳ ଅବସ୍ଥାରେ ଡାକିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ । ଶେଷରେ ନିରାଶ ହୋଇ ନିକଟସ୍ଥ ଏକ ଔଷଦ ଦୋକାନୀଙ୍କ ସହାୟତାରେ ନଜି ଝିଅର ଜୀବନ ବଞ୍ଚାଇଥିଲେ । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି ଯେ, ଘଟଣା ସମ୍ପର୍କେ ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

new life
You might also like
error: Content is protected !!