News
WhatsApp Image 2023-10-04 at 17.25.00
samparksetu

ବିଦ୍ୟାଳୟ ମିଶ୍ରଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ମୁଗୁପାଟଣା ବିଦ୍ୟାଳୟକୁ କଦଳୀପାଳ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କୁ ନେଇ ତିବ୍ର ଅସନ୍ତୋଷ ଦେଖା ଦେଇଛି । ହରିଜନ ବସ୍ତିରେ ଥିବା ଏହି ବିଦ୍ୟାଳୟକୁ ମିଶ୍ରଣ ପରେ ହରିଜନ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଦରକାର ପଡିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଈଶ୍ୱରପାଳ ମୁଗୁପାଟଣା ବସ୍ତିଟି ରାସ୍ତା ପାର୍ଶ୍ଵରେ ରହିଛି । ବସ୍ତିଠାରୁ ଦେଢ କିଲୋମିଟର ଦୂରରେ କଦଳୀପାଳ ନୋଡାଲ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଈଶ୍ୱରପାଳ ୨ କଲୋମିଟର ଦୂରରେ ଅବସ୍ଥିତ ।

ହରିଜନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ୨୦୦୯ ମସିହାରେ ମୁଗୁପାଟଣା ପ୍ରାଥମିକ ବିଦ୍ୟାଳୟ ଗଢି ଉଠିଥିଲା । କିନ୍ତୁ ଏହି ବିଦ୍ୟାଳୟଟି ଏବେ ସ୍ଥାନାନ୍ତର କରାଯାଇ କଦଳୀପାଳ ବିଦ୍ୟାଳୟରେ ମିଶ୍ରଣ ହୋଇଛି । ଫଳରେ ଛୋଟଛୋଟ ପିଲାମାନେ ୨ କିଲୋମିଟର ଦୂରକୁ ଯାଇ ପାଠ ପଢିବା ସମ୍ଭବ ପର ହେବ ନାହିଁ ।

ପୁରୁଣା କଟକ-ସମ୍ବଲପରୁ ରାସ୍ତାରେ ଅନବରତ ଯାନବାହାନ ଚଳାଚଳ କରୁଥିବାରୁ ଛୋଟ ପିଲାମାନେ ଚାଲି ଚାଲି ଯିବା ବିପଦ ଜନକ ଅଟେ । ଏଣୁ ଏହାର ବିଚାର କରି ମୁଗୁପାଟଣା ବିଦ୍ୟାଳୟକୁ ପୁନର୍ବାର ଚାଲୁ କରିବାକୁ ହରିଜନ ବସ୍ତିର ଲୋକମାନେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲା ପାଳଙ୍କୁ ଲିଖିତ ଭାବରେ ନିବେଦନ କରାଯାଇଥିବା ବେଳେ ଦରକାର ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!