ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗାଁରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନଙ୍କ ଦ୍ୱାରା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଭାଇର ଆଜି ହେଉଛି ପ୍ରଥମ ପବିତ୍ର ଦିନ । ବିଧି ଓ ନିୟମ ଅନୁଯାୟୀ ଚାଷୀ ଭାଇ ନିଜ ଚାଷ ଜମିରେ ମୁଠି ଅନୁକୂଳ କରିବା ସହ ଭଲ ଚାଷ ପାଇଁ ପୂଜାର୍ଚ୍ଚନା କରିଥାଏ ।
ଏହି ପବିତ୍ର ଦିନରେ ଗଡ଼ପଳାଶୁଣି ଗାଁରେ ବିକାଶ ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହଯୋଗରେ ବିକାଶ ଟ୍ରଷ୍ଟ ପକ୍ଷରୁ ବିନାଦେୟରେ ମାଗଣା ଆମ୍ବୁଲାନ୍ସ ସେବାକୁ ବରିଷ୍ଠ ବିଜେପି ନେତା ବିଭୂତି ପ୍ରଧାନ ଉଦଘାଟନ କରିଛନ୍ତି ।
ଏହି ଆମ୍ବୁଲାନ୍ସ ଦ୍ୱାରା ଗଡ଼ପଳାଶୁଣି ଏବଂ ଏହାର ଆଖ ପାଖ ୧୦ ଗୋଟି ପଞ୍ଚାୟତ ର ଜନସାଧାରଣ ଉପକୃତ ହୋଇପାରିବେ । କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଆମ୍ବୁଲାନ୍ସ ସେବା ବେଶ ଉପଯୋଗୀ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ର।ସ ବିହାରୀ ବେହର।,ବିଜେପି ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହୁ,ବଳଭଦ୍ର ସାହୁ, ନାଉରୀ ସିଂହ,ସରୋଜ ବେହେରା,ପ୍ରଦୀପ ସାମଲ,ମହତାବ ସାହୁ, ସୁକୁମାର ସାହୁ, ରଞ୍ଜନ ସାହୁ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ସାହି ଗ୍ରାମ ର ଦେବରାଜ ଜେନା ବିଜେଡି ଦଳ ଛାଡ଼ି ବିଜେପି ରେ ମିଶିବାରୁ ଶ୍ରୀଯୁକ୍ତ ପ୍ରଧାନ ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ ।