News
WhatsApp Image 2023-10-04 at 17.25.00
samparksetu

ଜରିପାଲ ତଳେ ଦୁଇ ଭିନ୍ନକ୍ଷମ, ସରକାରୀ ଯୋଜନା ସାତ ସପନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତର କୁଣ୍ଡେଇଖୋଲ ଗାଁର ହାଡିବନ୍ଧୁ ନାଏକ ପେଶାରେ ଜଣେ ଗାଡି ଚାଳକ ଥିଲେ । ହେଲେ ଦଇବ ଦଉଡ଼ି ଯୁଆଡେ ଟାଣିଥାଏ ମଣିଷ ନିରୁପାୟ ହୋଇ ସେଇଆଡ଼େ ଟାଣି ହୋଇଥାଏ । ଏବେ ହାଡିବନ୍ଧୁ ଦଇବ ଦଉଡ଼ି ରେ ବାନ୍ଧି ହୋଇ ପଡ଼ିରହିଛନ୍ତି । ଦୁଇ ଦୁଇ ଥର ଦୁର୍ଘଟଣାରେ ଗୋଟିଏ ଗୋଡ଼ ଅଚଳ ହୋଇ ପଡ଼ିବା ଫଳରେ ପରିବାର ପ୍ରତିପୋଷଣ ଉପରେ ଚଡ଼କ ପଡ଼ିଯାଇଛି ।

ରୋଜଗାର ବିହୀନ ହୋଇପଡ଼ିଥିବା ଲୋକଟିର ମାଟି କାନ୍ଥ ଚାଳ ଘର ଉପରେ ଜରି ଟଣା ଛପର ଘରେ ବିତୁଛି ଦିନ , ସରକାରୀ ଆବାସ ଯୋଜନା ସାତ ସପନ । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ହେଉ ଅବା କେନ୍ଦ୍ର ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି ? ତାଙ୍କ ପରିବାର ଚାରି ଜଣଙ୍କ ମଧ୍ୟରେ ବଡ଼ପୁଅ ଦିନମଣି ନାଏକର କଥା ନକହିବା ଭଲ । ଏ ଯୁବା ବୟସରେ ଏବେ ପୁଅ ବାପା ଙ୍କ ଉପରେ ବୋଝ ସାଜିଛି । ପୁଅ ଦିନମଣି ପିଲାଟି ଦିନରୁ କିଛି କହିପାରୁନି କି ଶୁଣି ମଧ୍ୟ ପାରୁନି । ଶତକଡା ୯୦ ଭାଗ ମାନସିନ ବିକଳାଙ୍ଗ ପରିଚୟ ପତ୍ର ପାଇଥିଲେ ମଧ୍ୟ ଏବେ କୌଣସି କାମରେ ଆସୁନୁ । ଜିଲ୍ଲା ଚିକିତ୍ସାଳୟର ଭିନ୍ନକ୍ଷମ ପ୍ରମାଣ ପତ୍ର ଟି ଏବେ ଖତ ଖାଉଛି ।

ମାନସିକ ବିକଳାଙ୍ଗ ପ୍ରଦାନ କରିଥିବା ପ୍ରଶାସନିକ କର୍ମଚାରୀଙ୍କ ଅବହେଳିତ ଓ ଅବ୍ୟବସ୍ଥା କାରଣ ପାଇଁ ପାଇଥିବା ସାର୍ଟିଫିକେଟ ରେ ପରିଚୟ ଭୁଲ ଲେଖିଥିବାରୁ ସବୁ ସରକାରୀ ସହାୟତା ରୁ ବାଦ୍ ହୋଇ ପଡ଼ିରହିଛିନ୍ତି ଦିନମଣି ନାଏକ । ସରକାରୀ ଯୋଜନାର ଚାଉଳ ଗଣ୍ଡେ ଛାଡ଼ି ଦେଲେ ଅନ୍ୟ କୌଣସି ସୁବିଧା ପହଞ୍ଚି ପାରୁନାହିଁ ତାଙ୍କ ପାଖରେ । ଆମକୁ ଆବାସ ଯୋଜନା ରେ ଘର, ଅନ୍ତୋଦୟ ରେ ସାମିଲ ଓ ସରକାରୀ ସହାୟତା ଦିଆଯାଉ ବୋଲି ସରକାରଙ୍କୁ ଗୁହାରି କରିଛନ୍ତି ଦୁଇ ଭିନ୍ନକ୍ଷମ ।

new life
You might also like
error: Content is protected !!