News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟୀ ଙ୍କୁ ଆକ୍ରମଣ କରି ଲୁଟିନେଲେ ୩ଲକ୍ଷ !

ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରୁ ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ଲୁଟ।ଜିରାଳ ଗ୍ରାମର ଅଭିମନ୍ୟୁ ସାହୁ ଓ ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଏକ ପିକଅପ ଭ୍ୟାନ ଯୋଗେ ଜିନିଷ ଆଣିବା ପାଇିଁ କଟକ ଯାଉଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଗାଡିକୁ ଅଟକାଇ ଭୁଜାଲିରେ ଅଭିମନ୍ୟୁକୁ ଆକ୍ରମଣ କରିଥିଲେ।

ଅଭିମନ୍ୟୁଙ୍କ ହାତରେ ଗଭିର ଆଘାତ ଲାଗିଥିବା ବେଳେ ଡ୍ରାଇଭରଙ୍କୁ ମାଡ ମାରିବା ସହ ଏକ ବନ୍ଧୁକ ଦେଖାଇ ଭୟଭିତ କରି ଗାଡିରେ ଏକ ବ୍ୟାଗରେ ଥିବା ୩ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଖବର ପାଇ ଘଟଣା ସ୍ଥଳକୁ ପଣ୍ଡୁଆ ଫାଣ୍ଡି ପୋଲିସ ଯାଇଥିବା ବେଳେ ଦୂର୍ବୁତ୍ତଙ୍କ କୈାଣସି ସନ୍ଧାନ ମିଳିପାରି ନାହିଁ।ଗୁରୁତର ଅବସ୍ଥାରେ ଅଭିମନ୍ୟୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ଅଁଳାବେରେଣି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି।

ଅଭିମନ୍ୟୁଙ୍କୁ ଭୁଜାଲିରେ ଆକ୍ରମଣ କରିଥି୍ବାରୁ ହାତରେ ଗଭିର ଆଘାତ ଲାଗିଥିବା ଜଣାପଡିଛି।ଏହି ଖବର ଉପରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି ।

new life
You might also like
error: Content is protected !!