News
WhatsApp Image 2023-10-04 at 17.25.00
samparksetu

ରସାସିଂହରେ କିଡନୀ ରୋଗ ଆତଙ୍କ ;୧୨ରୁ ଅଧିକ ମୃତ,୨୦ରୁ ଅଧିକ ଚିକିତ୍ସିତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ରସାସିଂହ ଗ୍ରାମରେ କିଡନୀ ରୋଗ ଆତଙ୍କ ଖେଳିଯାଇଛି । ବର୍ଷ ବର୍ଷ ଧରି କିଡନୀ ରୋଗର ଶିକାର ହୋଇ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚିକିତ୍ସିତ ହେଉଥିବାର ଜଣାପଡିଛି ।କିଛି ଦିନ ମଧ୍ୟରେ ୧୨ରୁ ଅଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଯାଇଥିବା ବେଳେ ଏବେ ବି ୨୦ରୁ ଅଧିକ ଚିକିତ୍ସିତ ହେଉଥିବାର ଜଣାପଡିଛି ।

ସଦାଶିବପୁର ପଞ୍ଚାୟତ ରସାସିଂହ ଗ୍ରାମଟି ସହର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ । ଗ୍ରାମରେ ୮ଶହରୁ ଅଧିକ ଲୋକ ରହୁଥିବା ବେଳେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏହା ଅନ୍ତର୍ଭୁକ୍ତ । ଗ୍ରାମରେ ୪ଟି ସାହି ରହିଛି ।ବିଭିନ୍ନ ଜାତିରେ ଲୋକ ଏଠାରେ ରହୁଥିବା ବେଳେ ଗ୍ରାମର ଗୋଡି ସାହି ଏବଂ ହରିଜନ ସାହିରେ କିଡନୀ ରୋଗ ଆତଙ୍କ ଖେଳିଯାଇଛି ।

ଏହି ରୋଗରେ ଆକ୍ରାନ୍ତ ହୋଇ ଗ୍ରାମର ଜୀମୁତ ପରିଡା,ପାଣ୍ଡବ ମହାନ୍ତି,ଅଲେଖ ମହାନ୍ତି,ରମେଶ ନାଏକ,ପିତମାସ ସ୍ୱାଇଁ,ଅମୂଲ୍ୟ ନାଏକ,ନିତ୍ୟାନନ୍ଦ ମହାନ୍ତି,ସରସ୍ୱତୀ ନାଏକ,ଅଭିମନ୍ୟୁ ନାଏକ,କୈଳାସ ନାଏକ ପ୍ରମୁଖ ପ୍ରମୁଖ ମୃତ୍ୟୁ ବରଣ କରିଛନ୍ତି ।କିଛି ଦିନ ମଧ୍ୟରେ ୧୨ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

ଗ୍ରାମର ପ୍ରହଲ୍ଲାଦ ସ୍ୱାଇଁ,ଧୃବଚରଣ ସ୍ୱାଇଁ,ପ୍ରମୋଦ ସ୍ୱାଇଁ,ଉଦୟ ମହାନ୍ତି,ପ୍ରକାଶ ମହାନ୍ତି,କେଦାର ନାଏକ ପ୍ରମୁଖ ଚିକିତ୍ସିତ ହେଉଛନ୍ତି । ଗରୀବ ଲୋକ ମାନେ ଟଙ୍କା ଅଭାବରୁ ଚିକିତ୍ସିତ ହେବା ସମ୍ଭବ
ହେଉନାହିଁ । ଟଙ୍କା ନଥିବାରୁ ଗରୀବ ଲୋକ ଅକାଳରେ ମୃତ୍ୟୁ ବରଣ କରୁଥିବା ବେଳେ ପରିବାର ବେସାହାରା ହୋଇପଡୁଛନ୍ତି । ଗ୍ରାମଟି ବ୍ରାହ୍ମଣୀ ନଦୀ ନିକଟରେ ରହିଥିବା ବେଳେ ପାନୀୟ ଜଳ ଯୋଗୁ ଏହା ବ୍ୟାପୁ ଥିବାର ଆଶଙ୍କା କରାଯାଉଛି ।

ଶୁଦ୍ଧ ପାନୀୟ ଜଳ ଅଭାବରୁ ନଳକୂପ ପାଣି ପିଇ ଏଭଳି ରୋଗ ବ୍ୟାପୁ ଥିବାର ସନ୍ଦେହ କରାଯାଇଛି । ପ୍ରଶାସନ ତରଫରୁ ଏକ ଡାକ୍ତରୀ ଟିମ ପଠାଇ ଏହାର ତଦନ୍ତ ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

new life
You might also like
error: Content is protected !!