News
WhatsApp Image 2023-10-04 at 17.25.00
samparksetu

ଓଡାପଡାରେ ମେଗା ପାନୀୟ ଜଳ ପ୍ରକଳ୍ପ ;ଗାଁ ରାସ୍ତାଖୋଳି ଠିକାଦାର ପାର,ରାସ୍ତା ବିପର୍ଯ୍ୟସ୍ତ

ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ହିନ୍ଦୋଳ ବ୍ଲକରେ ଆରମ୍ଭ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ । ବ୍ରାହ୍ମଣୀ ନଦୀରୁ ପାନୀୟ ଜଳ ଯୋଗାଣନେଇ କାର୍ଯ୍ୟ ଚାଲିଥିବା ବେଳେ ଏହାର ବାସ୍ତବତାକୁ ନେଇ ପ୍ରଶ୍ନଉଠିଛି । ବିଭିନ୍ନ ଗ୍ରାମରେ ପାଇପ ବିଛାଇବା ପାଇଁ କଂକ୍ରିଟ ରାସ୍ତାକୁ ଖୋଳି ଠିକାଦାର ପାର ହୋଇଯାଇଥିବା ବେଳେ ରାସ୍ତା ଶୋଚନୀୟ ହୋଇପଡିଛି । ଏ ପଟେ ୨୦୨୪ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ମିଳିବ କି ନା ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନସଂଖ୍ୟା ଅନୁସାରେ ୧୧ଲକ୍ଷ ୯୨ ହଜାର ୮୮୧ ଲୋକ ବସବାସ କରୁଥିବା ବେଳେ ମୋଟ ୮ଟି ବ୍ଲକ ରହିଥିବା ବେଳେ ୨୧୨ଟି ଗ୍ରାମ ପଞ୍ଚାୟତ ଓ ୧ ହଜାର ୮୧ଟି ଗ୍ରାମ ରହିଛି । ଓଡାପଡା ବ୍ଳକ ରେ ୨୫ଟି ପଞ୍ଚାୟତରେ ୧୩୧ଟି ଗ୍ରାମରେ ପ୍ରାୟ ୧ଲକ୍ଷ ୬୦ ହଜାର ଲୋକ ବସବାସ କରୁଥିବାର ଜଣାପଡିଛି ।

ସେମାନଙ୍କ ମଧ୍ୟରୁ ପୁରୁଷ ମାନଙ୍କ ସଂଖ୍ୟା ୭୫ହଜାର ୨୪୫ମହିଳା ୬୮ହଜାର ୨୩୭ ବୋଲି ଜଣାପଡିଛି ।ମୋଟ ୩୩ ହଜାର ୯୫୦ଟି ଘର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ଯୋଗାଣ ଦ୍ୱାରା ୩୯ ଗ୍ରାମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଥିବାର ଜଣାପଡିଛି । ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ଅଧିକାଂଶ ପ୍ରକଳ୍ପ ବିଫଳ ହୋଇଥିବା ବେଳେ
ଓଡାପଡା ବ୍ଲକ ବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ତରଫରୁ ମେଗା ପାନୀୟ ଯୋଗାଣ ବ୍ୟବସ୍ଥା
ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ବ୍ଲକରେ ପାନୀୟ ଜଳର ଚାହିଦା ୦.୦୦୬୬୬ ବିସିଏମ ରହିଥିବା ବେଳେ ୦.୧୮୨୭୫ ବିସିଏମ ସର୍ଫେସ ଜଳ ମିଳୁଥିବା ବେଳେ ୦.୦୨୦ ଭୁତଳ ଜଳ ପ୍ରାପ୍ତ ହେଉଛି ।କିନ୍ତୁ ବ୍ଲକରେ ଥିବା ଅଧିକାଂଶ ଗ୍ରାମରେ ଫେବୁଆରୀ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ପାନୀୟ ଜଳ ସଙ୍କଟ ଲାଗିରହିଥାଏ । ଫଳରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବକ୍ଲ ର ନାଧରା ଠାରେ ଏକ ମେଗା ଜଳଯୋଗାଣ ପଏଣ୍ଟ ଦ୍ୱାରା ବ୍ଲକରେ ପାଣି ଯୋଗାଇ ଦେବାକୁ ସ୍ଥିର ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଥିବ। ବେଳେ ଡିଏମଏଫ୍‌,ଓଏମବିଏଡିସି,ରାଜ୍ୟ ବକ୍ସି ଜଗବନ୍ଧନୁ ନିଶ୍ଚିତ ପାନୀୟ ଜଳ ଯୋଗାଣ ବା ବସୁଧା ,ନାବାର୍ଡ ସହାୟତାରେ ଆରଆଇଡିଏଫ ଏବଂ ଜେଏମସି ଓ ଜେଡବ୍ଲୁଆଇସି ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ । ମୁଖମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଜିଲ୍ଲାପାଇଁ ୩୨ଶହ କୋଟିର ଅନୁଦାନ ବ୍ୟବସ୍ଥା କରାଯାଇଛି । ଓଡାପଡା ବ୍ଲକରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବାର ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ଠିକାଦାରଙ୍କ ଦ୍ୱାରା ପାଇପ୍ ବିଛାଇବା କାର୍ଯ୍ୟ ଜୋରସୋରରେ ଚାଲିଛି । ଓଡାପଡା ଠାରୁ ପ୍ରାୟ ୧୫ କିମି ଦୂରରେ ଥିବା ଗୁଣ୍ଡିଚାପଡା ପଞ୍ଚାୟତ ଏବଂ କଣ୍ଟାବଣିଆ ସହିତ ବିଭିନ୍ନ ପଞ୍ଚାୟତରେଏହି କାର୍ଯ୍ୟ ଚାଲୁରହିଛି । ଏହିଯୋଜନା କାର୍ଯ୍ୟକାରୀ ହେଲେ ପାନୀୟ ଜଳର କୌଣସି ଅସୁବିଧା ରହିବ ନାହିଁ ବୋଲି ଜଣାପଡିଛି ।

କିନ୍ତୁ ଏହି ଯୋଜନାର ବାସ୍ତବିକତା କେତେ ,ତାକୁ ନେଇ ଏବେ ଆଲୋଚନା ହେଉଛି । ନାଧରା ନିକଟରୁ ଗୁଣ୍ଡିଚାପଡା ଏବଂ ଅନ୍ୟ ସ୍ଥାନକୁ ପାଣି ଯୋଗାଣ କରିବା କେତେ ଦୂର ସଫଳ ହେବା ତାହା ସମୟ କହିବ ।ସରକାରଙ୍କ ତରଫରୁ ବସୁଧା ଯୋଜନାରେ ପ୍ରାୟ
୩୪୯କୋଟି ୯୮କୋଟି ଟଙ୍କା ବ୍ୟୟରେ ହିନ୍ଦୋଳ ଏବଂ ଓଡାପଡା ବ୍ଲକ ପାଇଁଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଦୁଇ ବ୍ଲକ ରେ ଥିବା ୬୩ପଞ୍ଚାୟତ ୩୧୭ଟି ଗ୍ରାମର ପ୍ରାୟ ୩ଲକ୍ଷ ରୁ ଅଧିକ ଗ୍ରାମବାସୀ ପାନୀୟଜଳ ପାଇପାରିବେ ବୋଲି ଜଣାପଡିଛି ।

ଦୀର୍ଘଦିନ ହେବଗ୍ରାମରେ ପାଇପ ବିଛ। ହୋଇଥିବା ବେଳେ ସବୁଠାରେ ଅଧା ପାନ୍ତରିଆ ଭାବରେ କାମ ପଡ଼ିରହିଛି । ପାନୀୟଜଳ ସଙ୍କଟ ହେଉକି ବିଶୁଦ୍ଧ ପାନୀୟ ଜଳ ଟିକିଏ ପାଇବା ପାଇଁ ଓଡାପଡା ବ୍ଲକ ବାସୀଙ୍କୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି ଆଲୋଚନା ହେଉଛି ।

ଏଭଳି କାର୍ଯ୍ୟ ଚାଲିଲେ ଏହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ବ୍ଲକ ବାସୀ ପାଣି ପାଇବା ଅସମ୍ଭବ ବୋଲି ସାଧାରଣରେ ଆଲୋଚନା ହେଉଛି । ଠିକାଦାର ଧୀରେ ସୁସ୍ଥେ ଏଭଳି କାର୍ଯ୍ୟ ଚଳାଇଥିବା ବେଳେ ସବୁଠାରେ କଂକ୍ରିଟ ରାସ୍ତାଖୋଲି ରାସ୍ତାକୁ ବିପର୍ଯ୍ୟସ୍ତ ଭାବରେ ଛାଡି ଦେଉଛନ୍ତି । କିନ୍ତୁ ପାଣି ଆସିବାର ନାଁ ନଥିବାରୁ ଗ୍ରାମାଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

new life
You might also like
error: Content is protected !!