ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିଲେ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା କେଉଁ ସ୍ଥିତି ଦେଇ ଗତି କରୁଛି ତାହା ସ୍ପଟ ଭାବରେ ବାରି ହୋଇ ପଡୁଛି । ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ସାଢେ ଆଠ ପରେ
ପହଞ୍ଚୁଛନ୍ତି ।
ଏହା ପୁଣି ସିଆରସିସି, ବିଆରସିସି ପରିଚାଳନା ସମିତି ଏବଂ ପ୍ରଧନଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଜ୍ଞାତ ସାରରେ ମିଲି ଭଗତରେ ଚାଲିଛି ଶିକ୍ଷାଦାନ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ଦେଇ ସରକାର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ରୁ ୯ଟା ବିଦ୍ୟାଳୟ ସମୟ ନିର୍ଦ୍ଧାରିତ କରିଥିବା ବେଳେ ନବମରୁ ଦ୍ୱାଦଶ ପାଇଁ ସମାନ ସମୟ ସ୍ଥିର କରିଛନ୍ତି ।
କିନ୍ତୁ ଢେଙ୍କାନାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଅତୀବ ଶୋଚନୀୟ ହୋଇପଡିଛି । ମାସିକ ଲକ୍ଷଲକ୍ଷ ଟଙ୍କା ବେତନ ପାଉଥିବା ଶିକ୍ଷକ ଶକ୍ଷୟିତ୍ରୀ ବିଦ୍ୟାଳୟରେ ଦୁଇ ଘଂଟା ପରେ ଅର୍ଥାତ୍ ସାଢେ ଆଠଟା ପରେ ପହଞ୍ଚୁଥିବାର ଦେଖିବାକୁ ମିଳିଛି । ଏହା ପୁଣି ବିଦ୍ୟାଳୟର ସିଆରସିସି ଏବଂ ପରିଚ।ଳନା ସମିତି ଗୋଚରରେ ଚାଲିଛି ।
ପାଳି କରି ବିଦ୍ୟାଳୟକୁ ଆସୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ।ସରକାରୀ ନିୟମକୁ ଉଲଙ୍ଘନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଠାରୁ ୫୦ କିଲୋମିଟର ଦୂର କିମ୍ବା ଢେଙ୍କାନାଳ ସହରରେ ରହି ଯାତାୟତ କରୁଥିବାରୁ ଏଭଳି ଉତ୍କଟ ସମସ୍ୟା ସୃଷ୍ଟି ହେଉଛି ।
ସରକାରଙ୍କ ନିୟମ ଅନୁସାରେ କର୍ମସ୍ଥାନ ନିକଟରେ କର୍ମଚାରୀ ରହିବା କଥା କିନ୍ତୁ ଢେଙ୍କାନାଳ ସହରରୁ ହିନ୍ଦୋଳ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବସରେ ଯାତାୟତ କରୁଥିବା ବେଳେ ସହରରୁ ଗୁଡ଼ିଆକାଟେଣୀ, ଓଡାପଡା, ହିନ୍ଦୋଳ, କାରନ୍ଦା, ବଦାଳୋ ସହିତ ବିଭିନ୍ନ ଗ୍ରାମାଞ୍ଚଳକୁ ଯାତାୟତ କରିଥାନ୍ତି । ସେହିପରି ଢେଙ୍କାନାଳ ସହରରୁ କାମାକ୍ଷାନଗର ଏବଂ ଅଂଳାବେରଣୀ,ଯୋରନ୍ଦା, ଗଁଦିଆ ,ନିହଲପ୍ରସାଦ, କପିଳାସ,ଭାପରୁ , ଘଟିପିରି, କଳାଙ୍ଗ ଭଳି ସ୍ଥାନକୁ ଯିବାପାଇଁ ବସକୁ ଚାହିଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟକୁ ଯାଉଥିବା ବେଳେ ସାଢେ ଆଠ ହୋଇଯାଉଛି ।
ସକାଳ ପାହିବା ମାତ୍ରେ ଢେଙ୍କାନାଳ ସହରରୁ ସାଢେ ୭ ପୂର୍ବରୁ କୌଣସି ବସ ନଥିବାରୁ ,ବସଷ୍ଟାଣ୍ଡରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛିଡା ହେବାର ଦୃଶ୍ୟ ନିତି ଦିନିଆ ଘଟଣା ହୋଇଛି । ସାଧାରଣରେ ପ୍ରଶ୍ନ ଉଠୁଛି ବିଦ୍ୟାଳୟରେ କେତେବେଳ ପହଞ୍ଚନ୍ତି କେତେବେଳେ ଫେରୁଛନ୍ତି ଏମାନେ ।ସରକାର ମୋଟା ଅଙ୍କର ଦରମା ଦେଉଥିବା ବେଳେ ସମୟାନୁବର୍ତ୍ତି ନଥିବାର ଜଣାପଡିଛି । ପ୍ରତ୍ୟେକ ବିଦ୍ୟାଳୟରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି ,ସରକାର ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ବାଇଓମେଟ୍ରକି ଉପସ୍ଥାନ କରାଗଲେ ଏହାର ବାସ୍ତବ ସ୍ଥିତି ଜଣାପଡିବ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି ।
ଦୂରଦୂରାନ୍ତରେ ରହୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ତାଲିକା କରି ସେମାନେ କେତେବେଳେ ବିଦ୍ୟାଳୟରେ ପହଞ୍ଚୁଛନ୍ତି ତାର ରିପୋର୍ଟ ତଦନ୍ତ ସହତି ସହରରେ ଏବଂ ନିଜ ଘରେ ରହି ସରକାରଙ୍କ ଠାରୁ ଘର ଭଡା ନେଉଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟ।ନଷ୍ଠୁ।ନ ପାଇଁ ଦାବି ହେଉଛି ।
ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ,ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସରକାରଙ୍କୁ ବିଦ୍ୟାଳୟ ନିକଟରେ ରହି ପାଠପଢ଼ାଇବା ଲାଗି ସତ୍ୟପାଠ ଦାଖଲ କରୁଛନ୍ତି । ବାସ୍ତବରେ କେତେକ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ନିକଟରେ ନରହି ଦୂରଦୂରାନ୍ତରେ ରହୁଥିବାରୁ ଖବର ହସ୍ତଗତ ହେଲେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।