ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟରେ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଭାପତି ନିବେଦିତା ପାଣି ଯୋଗଦେଇ ଜୀବନରେ ସେବା ମନୋବୃତି ରଖିଲେହିଁ ମାନବ ଜୀବନ ସାର୍ଥକ ହୋଇଥାଏ ବୋଲି କହିଥିଲେ ।
ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁ ଯୋଗଦେଇ ଜୁନିୟର ମାନଙ୍କୁୂ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁରା ଜୀବନ ଦର୍ଶନରେ ଅନୁପ୍ରାଣୀତ ହୋଇ ଦୁଃଖୀ ରଖିଙ୍କୁ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ପରମର୍ଶ ପ୍ରଦାନ କରିଥିଲେ ।
ଶାରରୀକ ଶିକ୍ଷା ନିରୀକ୍ଷକ ତଥା ଜୁନିୟର ରେଡକ୍ରସ ସମ୍ପାଦକ ସୌଦାମିନୀ ଦାସଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଶ୍ରୀ ମିଶ୍ର ସଭାପତିତ୍ୱ କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ର୍ତିଯୋଗିତାରେ ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟର ରୁଦ୍ର ନାରାୟଣ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୋବିନ୍ଦପୁର ସ୍ଥିତ କାମାକ୍ଷା ପ୍ରସାଦ ସରାକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ଣୁ ପ୍ରସାଦ ସାହୁ ଦ୍ୱିତୀୟ ଏବଂ ଦାଶରଥୀ ମିଶ୍ର ଉଚ୍ଚ ବିଦ୍ୟାଳୟର ବିଷ୍ଣୁ ପ୍ରୀୟା ସାହୁ ତୃତୀୟ ସ୍ଥାନ ଅଧିକାରୀ କରି ପୁରସ୍କୃତ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କାଉନସିଲର ମାନେ ଯୋଗ ଦେଇଥିଲେ ।ଜିଲ୍ଲାର ସାଧନ କର୍ମୀ ନରେଶ କୁମାର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ
ଅର୍ପଣ କରିଥିଲେ । କାଉନସିଲର ସୁବ୍ରତ କୁମାର ମିଶ୍ର,ସୁଶିଲ କୁମାରପଣ୍ଡା,ସ୍ମିତିସୁଧା ଜେନା,ସୌଦାମିନୀ ଦଳେଇ ,ରସାନନ୍ଦ
ସାହୁ,ସୁଲୋଚନା ଭୁତିଆ,ପ୍ରଶାନ୍ତ ସାହୁ,ସ୍ୱର୍ଣ୍ଣପ୍ରଭା ରାଉତ, ଦେବୀପ୍ରସାଦ ମିଶ୍ର,ମୀନକେତନ ପରିଡା ପ୍ରମୁଖଙ୍କ ସହିତ ଶିକ୍ଷକ
ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।