ରୂପ ରାଇଜ ର ରୂପ କୁମାରୀ ତୁ
ସୋନ୍ଦର୍ଯ୍ୟ ର ଗନ୍ତାଘର,
ନୀଳ ନୟନା କୁ ହରିଣୀ ଚାହାଣି
ଚୋରି କଲା ମନ ମୋର ।
କୋଇଲି ବର୍ଣ୍ଣ ର ଗହଳିଆ କେଶ
ଛାଟି ଦୋଉ ପ୍ରିୟା ଯେବେ,
ହୃଦୟ କି ଆଉ ଛାତି ରେ ରହିବ
ତରଳି ଯାଉଛି ସେବେ ।
ଓଠ ତୋର ପ୍ରିୟା ଗୋଲାପ ପାଖୁଡା
ଟୁକୁ ଟୁକୁ ନାଲି ଦିଶେ,
ଘାଇଲା ହେଉଛି ହୃଦୟ ମୋହର
ଯେବେ ତୋ ସେ ଓଠ ହସେ ।
ଗୋଟେ ଚାଉଳ ରେ ଗଢା ଶରୀର ତୋ
ରଜାହଂଶୀ ପରି ଚାଲି,
ଚାଲି ଆସୁ ଯେବେ ପାଦ ଥାପି ଥାପି
କଲିଜା ମୋ ଯାଏ ହଲି ।
ପଦ୍ମ ପାଖୁଡା ର କୋମଳ ହାତ ରେ
ସାଥୀ ଯେବେ ଛୁଇଁ ଯାଉ ,
ଲାଗେ ରେ ଜନ୍ହ ର ଶୀତଳ ଚଇତି
ଫେରି ଆସିଛି କି ଆଉ ।
✍️ ପ୍ରିୟଙ୍କା ମହାପାତ୍ର