ଢେଙ୍କାନାଳ ଟାଉନ ଥାନା ୮ନମ୍ବର ୱ।ର୍ଡ ବାଂଝକୁସୁମ କାଜୁ ବଗିଚାରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ବାଂଝକୁସୁମ ଗ୍ରାମର ଦିବାକର ବୋଲି ଜଣାପଡିଛି। ବାରହା ଆକ୍ରମଣରେ ଦିବାକରଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦେଇଥିବାବେଳେ । ଟାଉନ ପୋଲିସ ଓ ବନ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପରିବାରଙ୍କ ସୁଚନା ମୁତାବକ ଦବାକର ଏବଂ ତାଙ୍କର ଜଣେ ବନ୍ଧୁ ଶ୍ରୀକାନ୍ତ ଗ୍ରାମ ନିକଟ ଏକ ବଗିଚାକୁ ପ୍ରତ୍ୟେକ ଦିନ ଯାଇ କାଜୁ ଜଗୁଥିଲେ । ଗତକାଲି ଦିବାକର କାଜୁ ଜଗିବା ପାଇଁ ଆସି ଆଉ ଫେରି ନଥିଲେ। ଆଜି ପରିବାର ଲୋକ ଖୋଜାଖୋଜି କରିବାପରେ କାଜୁ ବଗିଚାରୁ କ୍ଷତି ବିକ୍ଷତ ଭାବେ ଦିବାକରଙ୍କର ମୃତଦେହକୁ ଦେଖି ଟାଉନ ପୋଲିସକୁ ଖବର ଦିଆଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବାରହା ଆକ୍ରମଣରେ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ବନବିଭାଗ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଚନ୍ତି । ହେଲେ ଏହା ବାରହା ଆକ୍ରମଣରେ ମୃତ୍ୟୁ ହୋଇଥିବା ଗ୍ରାମବାସୀ ମାନେ ବିଶ୍ଵାସ କରିପାରୁନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ପକୃତ ସତ୍ୟାସତ୍ୟ ଜଣାପଡିବ ।