News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ବାହାରେ ଥାଇ ଗାଁରେ ମନରେଗାର ଶ୍ରମିକ ,ସନ୍ଦେହରେ ଜିଆରଏସ ଭୂମିକା

ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ରେ ମନରେଗା ଯୋଜନାର ଗୋଟିଏ ପରେ ଗୋଟିଏ ଦୁର୍ନୀତି ର ଗୋମର ପେଡି ଖୁଲୁଛି ।ଗୁରୁଜାଙ୍ଗୁଲି ଗ୍ରାମ ସାନ ବଂଧ (କୋଡ଼ ନମ୍ବର-୨୪୦୭୦୦୫୦୦୭/WH/୧୦୩୮୬୧୨୮) ପୁନଃ ଉଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୧-୨୦୨୨ ରେ ୫ ଲକ୍ଷ ଟଙ୍କା ମନରେଗା ଯୋଜନାରେ ମଞ୍ଜୁର ହେଇଅଛି ।

ଏହି କାମରେ ନିୟୋଜିତ ହେଇଛନ୍ତି ମହାବିରୋଡ଼ ମହାବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ର ବୟସ ୧୬ ବର୍ଷ ଅନୁରୂପ ଭାବେ ତେଲେଙ୍ଗାନା ରାଜ୍ୟରେ ଗୋଟିଏ ବେସରକାରୀ ସଂସ୍ଥା ରେ ଶ୍ରମିକ ଭାବେ କାମ କରୁଥିବା ବ୍ୟକ୍ତି ଏଠି ମନରେଗା ରେ ଶ୍ରମିକ ଭାବେ କାମ କରୁଥିବା ମନରେଗା ୱେବ ସାଇଡ଼ ରୁ ଜଣା ପଡ଼ିଅଛି ।ମଷ୍ଟ୍ରୋଲ ନମ୍ବର ୨୦୪୫ ରେ ୧୩୩୨୦ ଟଙ୍କା ଅନ୍ୟ ଏକ ମଷ୍ଟ୍ରୋଲ ୨୦୪୬ ରେ ୫୩୨୮ ଟଙ୍କା ଛଡା ଯାଇଅଛି ।

ଗ୍ରାମ ରୋଜଗାର ସେବକ ଦିପୁନ ନାଏକ କାମ ନଦେଖି ଜଣେ ଛାତ୍ର ଅନ୍ୟ ପକ୍ଷେ ରାଜ୍ୟ ବାହାରେ ରହି କାମ କରୁଥିବା ବ୍ୟକ୍ତି ସାନ ବନ୍ଧ ରେ କାମ କରୁଛନ୍ତି ଦର୍ଶାଇ ଜବ କାର୍ଡ ମାଧ୍ୟମରେ ଟଙ୍କା ଛାଡି ସେହି ଟଙ୍କା ଆତ୍ମସାତ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ପୂର୍ବରୁ ମଧ୍ୟ ଦଣ୍ଡା ବନ୍ଧ (୨୪୦୭୦୦୫୦୦୭/WH/୧୦୩୮୨୯୫୩) ପୁନଃ ଉଦ୍ଧାର କାମ ମେସିନ ଦ୍ୱାରା କରିବା ସହ ରାଜ୍ୟ ବାହାରେ ଥିବା ଲୋକ ଏଠି ମନରେଗା କାମ କରୁଛନ୍ତି ଦର୍ଶାଇ ମଷ୍ଟ୍ରୋଲ ୧୪୩୦ ରେ ୧୩୩୨୦ ଟଙ୍କା,ମଷ୍ଟ୍ରୋଲ ୧୪୩୧ ରେ ୭୯୯୨ ଟଙ୍କା ଛଡା ଯାଇଥିଲା ଗଣମାଧ୍ୟମ ରେ ଖବର ପ୍ରକାଶ ହେଲା ପରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନକରି ଚଞ୍ଚକତା କରି ୱେବ ସାଇଟ ରୁ ମଷ୍ଟ୍ରୋଲ କୁ ଡିଲିଟ କରିଦେଇଥିଲେ ।

ଠିକାଦାର ଓ ସରକାରୀ କର୍ମଚାରୀ ସଲାସୁତୁରାରେ ରେ ମନରେଗା କାମ ହଟିଲୁଟ ଚାଲୁଅଛି ।ଏ ସମ୍ପର୍କରେ ଦଶୀପୁର ସରପଞ୍ଚ ସୁଧୀର ପାଳ କହିଛନ୍ତି କି, ମେସିନ ସାହାଯ୍ୟରେ ବନ୍ଧ ଖନନ କାର୍ଯ୍ୟ ମୁଁ ଜାଣିନି ଓ ବନ୍ଧ ଖୋଳା କାର୍ଯ୍ୟ ସରିବା ପରେ ପିଲା ମାନେ ରାଜ୍ୟ ବାହାରକୁ ଯାଇଛନ୍ତି । ସେହିପରି ଭାବେ ଗ୍ରାମ ରୋଜଗାର ସେବକ ଦିପୁନ ନାଏକ ଙ୍କ ସହିତ ଯୋଗାଯୋଗ କଲେ କୌଣସି ଉତ୍ତର ମିଳୁ ନାହିଁ ଓ ଫୋନ୍ ବନ୍ଦ କରିଦେଉଛନ୍ତି ।

କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି ଏମିତି ହେବା କଥା ନୁହଁ ଏବେ କୈାଣସି ପଖୋରୀ ଖନନ କାର୍ଯ୍ୟ ହେଉ ନାହିଁ ଆଗରୁ ଯାହା ହୋଇଛି ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୁଲବୁଲ ବେହେରା ଙ୍କୁ ପଚାରିବାରୁ ସେ କହିଛନ୍ତି ଏମିତି କାର୍ଯ୍ୟ ହେଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଠି କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଓ କିଛି ଅସାଧୁ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହେଉଛି ହରିଲୁଟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା । ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

new life
You might also like
error: Content is protected !!