ଢେଙ୍କାନାଳ ଜିଲ୍ଲାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଉଁଠି ଦେଖିବ ମାଳ ମାଳ ମୋବାଇଲ ଟାୱାର । ଜନଗହଳି ଭିତରେ ହେଉକି ଗାଁ ଭିତରେ ସହରର ଘର ଉପରେ ଏବଂ ଜନ ବହୁଳ ସ୍ଥାନରେ ଏହି ମୋବାଇଲ ଟାୱାର ରହିଛି । ଏହି ଟାୱାର ଦ୍ୱାରା ୩ଶହ ମିଟର ପରିଧି ଭିତରେ ରହୁଥିବା ଲୋକମାନଙ୍କ ଜୀବନ ପ୍ରତି ବିପଦ ରହିଥିବାର ଆଇଏଆସି ତଥ୍ୟପ୍ରଦାନ କରିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ନିତୀ ନିୟମକୁ ଉଲଙ୍ଘନ କରି ଏହି ଟାୱାର ନିର୍ମାଣ କରାଯାଇଛି ।
ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନସଂଖ୍ୟା ଅନୁସାରେ ୧୧ଲକ୍ଷ ୯୨ ହଜାର୮୮୧ ଲୋକ ବସବାସ କରୁଥିବାର ଜଣାପଡିଛି ଜିଲ୍ଲାରେ ମୋଟ ୮ଟି ବକ୍ଲ ରହିଥିବା ବେଳେ ୨୧୨ଟି ଗ୍ରାମ ପଞ୍ଚାୟତ
ଓ ୧ ହଜାର ୮୧ଟି ଗ୍ରାମ ରହିଛି । ଏହି ଗ୍ରାମ ଗୁଡିକରେ ଯେଉଁଠି ଦେଖିବ ସେଠି ବିଭିନ୍ନ ଟେଲିକମ ସଂସ୍ଥାର ମୋବାଇଲ ଟାୱାର ନିର୍ମାଣ କରାଯାଇଛି । ଲୋକମାନେ କିଛି ନବୁଝି ଟଙ୍କା ଲୋଭରେ ଏହି ଟାୱାର ନିର୍ମାଣ କରିବାକୁ ଅନୁମତି ଦେଉଛନ୍ତି । କିନ୍ତୁ ଏହି ତଥ୍ୟ ଅନୁସାରେ ଏହି ଟାୱାରରୁ ଯେଉଁ ଇଲୋକଟ୍ରୋମ୍ୟାଗନେଟିକ ବିକିରିଣ ସୃଷ୍ଟି ହୋଇଥାଏ ତାହା ୩ଶହମିଟର ବ୍ୟାସାର୍ଦ୍ଧରେ ରହୁଥିବା
ଲୋକମାନଙ୍କ ଜୀବନ ପ୍ରତି ବିପଦ ରହିଛି ।
ଏହି ଇଲୋକଟ୍ରୋମ୍ୟାଗନେଟିକ ବିକିରଣ ଯୋଗୁଁ ସ୍ମୃତି ଶକ୍ତିରେ ହ୍ରାସ ହେବା ସହିତ ଏକାଗ୍ରତାର ଅଭାବ,ହଜମ ଶକ୍ତି ହ୍ରାସ ଏପରିକି କ୍ୟାନସର ହେବାର ଆଶଙ୍କା ରହିଥାଏ। ଇଲୋକଟ୍ରୋମ୍ୟାଗନେଟିକ ରାଡିଏସନ ଦ୍ୱାରା ମୋବାଇଲ ଟାୱାର ନିକଟରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଦୁଇ ପ୍ରକାର ରୋଗ ଦେଖାଯାଇଥାଏ । କିଛି ଲୋକଙ୍କର ମୋତିଆବିନ୍ଦୁ ହେବା ସହିତ ଏକାଗ୍ରତାରେ ହ୍ରାସ ହୋଇଥାଏ । ମୋବାଇଲ ଟାୱାର ନିକଟରେ ରହୁଥିବା ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କ ମଧ୍ୟରେ ଅଧିକ ପ୍ରଭାବ ପଡିଥାଏ । ମା ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଖପୁରୀ ହାଡ ହ୍ରାସ ପାଇଥାଏ ।ମୋବାଇଲ ଟାୱାରରୁ ବାହାରୁଥିବା ବିକିରଣ ଦ୍ୱାରା ପଶୁ ପକ୍ଷୀ ମାନେ ପ୍ରଭାବିତ ହେବାସହିତ ସେମାନଙ୍କର ରାସ୍ତା ଭୁଲି ଯାଇଥାନ୍ତି ।
ବିଶେଷ କରି ମହୁମାଛି ମାନେ ନିଜର ବସାକୁ ଫେରିବାରେ ବାଧା
ସୃଷ୍ଟି ହୋଇଥାଏ । ଭାରତରେ ପ୍ରତି ବର୍ଗ କିଲୋମିଟର ମଧ୍ୟରେ ୯.୨ ୱାଟର ରେଡିଏସନ ବା ବିକିରଣ ହୋଇଥାଏ ଯାହା ଅନ୍ୟ ଦେଶଠାରୁ ଯଥେଷ୍ଟ ଅଧିକ ବୋଲି ଗବେଷଣାରୁ ଜଣାପଡିଛି । ଇଣ୍ଟରନାସନାଲ
ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସର ପ୍ରକାଶ କରିଛି ଯେ.ଏହି ବିକିରଣ ଦ୍ୱାରା କ୍ୟାନସର ହେବା ଭଳି ସବଷ୍ଟାନସ ରହିଥାଏ ।ଏହି ରିସର୍ଚ୍ଚ ପେପରେ ଦର୍ଶାଯାଇଛି ଯେ,ଜନବସତି ଅଞ୍ଚଳରେ ମୋବାଇଲ ଟାୱାର ବସାଇବାକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିବା ସହିତ ଲୋକମାନେ ଟଙ୍କାକୁ ଦେଖି ନିଜ ଜୀବନକୁ ବିପଦରେ ନପକାଇବାକୁ କହିଛନ୍ତି । ଏହି ମୋବାଇଲ ଟାୱାରରୁ ସୃଷ୍ଟି ହେଉଥିବ ଇଲୋକଟ୍ରୋମ୍ୟାଗନେଟିକ ରାଡିଏସନ ଦ୍ୱାରା ମସ୍ତିଷ୍କ ଫୁଲିଯିବା,ନିଦ୍ରାହୀନତା,ଶ୍ରବଣ ଶକ୍ତି ହ୍ରାସ, ଉତ୍କଣ୍ଠା,ହାର୍ଟ ଡିଜଅର୍ଡର,ବ୍ରେନ ଡିଜଅର୍ଡର,ମୁର୍ଡବ୍ୟଥା,ନିଦୁଆ ନିଦୁଆ ଲାଗିବା,ଅବସାଦ,ଆଣ୍ଠୁ ଗଣ୍ଠି ଯନ୍ତ୍ରଣା,କର୍କଟ ରୋଗ ହେବାର
ଆଶଙ୍କା ରହିଥାଏ ।
ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ବିଭିନ୍ନ ଟେଲିକମ କମ୍ପାନୀ ଗୁଡିକ ଜନଗହଳି ମୋବାଇଲ ଟାୱାର ବସାଇ ଲାଭ ବାନ ହେଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡୁଛି । ଜିଲ୍ଲାରେ ହଜାର ହଜାର ମୋବାଇଲ ଟାୱାର ରହିଥିବା ବେଳେ ଏହାର ନିୟନ୍ତ୍ରଣ ଏବଂ ନିତୀ ନିୟମକୁ ଉଲଙ୍ଘନ କରି ଏହା ନିର୍ମାଣ କରାଯାଉଥିବାର ଜଣାପଡିଛି । ପୌରା ଳରେ ଶତାଧିକ ମୋବାଇଲ ଟାୱାର ରହିଛି । ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ,ରେଭୁନ୍ୟୁ କଲୋନୀ,ଟ୍ରେଜେରୀ କଲୋନୀ ଏବଂ ଗୁଡିଆନାଳୀରେ ମୋବାଇଲ ଟାୱାର ନ ବସାଇବା ପାଇଁ ସିନିୟର ସିଟିଜେନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଧବାର ଦିନ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତିବ୍ର ବିରୋଧ କରିବାରୁ ପୌରସଂସ୍ଥା ଏହାର ଟେଣ୍ଡର ବାତଲି କରିଦେଇଥିବାର ଜଣାପଡିଛି । ସୁପ୍ରିମ କୋର୍ଟର ନିତୀ ନିୟମକୁ ଉଲଙ୍ଘନ କରି ଏବଂ ଲୋକମାନଙ୍କର ମତାମତ ନନେଇ ହଜାର ହଜାର ମୋବାଇଲ ଟାୱାର କାର୍ଯ୍ୟ କରୁଥିବାର ଜଣାପଡିଛି ।