News
WhatsApp Image 2023-10-04 at 17.25.00
samparksetu

୬ ଦିନ ହେଲା ଜଳ ଯୋଗାଣ ବନ୍ଦ, ନାଳପାଣି ଭରସାରେ ଗାଁ

ଭୁବନ ବ୍ଲକ ସୁରପ୍ରତାପପୁର ଗାଁରେ ଜଳକଷ୍ଟ ଦେଖାଦେଇଛି l ପ୍ରଚଣ୍ତ ରୌଦ୍ର ତାପ ସାଙ୍ଗକୁ ଜଳ କଷ୍ଟ ଦୁଃଖକୁ ଦ୍ବିଗୁଣିତ କରିଛି l ୬ ଦିନ ହେଲା ପାଣି ମଟର ପୋଡି ଯାଇଥିବାରୁ ଗାଁର ପାଞ୍ଚ ହଜାର ଲୋକଙ୍କ ଭରସା ପାଲଟିଛି ଡମଶାଳ ନାଳର ଚୁଆ ପାଣି l ସୂଚନାଯୋଗ୍ୟ ଗ୍ରାମରେ ବସୁଧା ଯୋଜନାରେ ରହିଛି ଦୁଇଟି ପାଣି ଟାଙ୍କି l ଗୋଟିଏ ଟାଙ୍କିକୁ ପାଣି ଉଠାଇବାକୁ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରାଯାଉଥିବା ବେଳେ ଅନ୍ୟ ପଟେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପାଣି ଟାଙ୍କିକୁ ପର୍ଯ୍ୟାପ୍ତ ପରିମାଣର ପାଣି ଉଠୁନାହିଁ l

ଏହି ସ୍ଥାନରେ ଜଳ ସ୍ତର ଖସି ଯାଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି l ତେବେ ଏନେଇ ସରପଞ୍ଚ ସୋନି ସାମଲ ବ୍ଲକର ବିଭାଗୀୟ ଅଧିକାରୀଙ୍କୁ ଜଣାଇଅଛନ୍ତି l ଜଳକଷ୍ଟରୁ ରକ୍ଷା ପାଇବା ନିମନ୍ତେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଇଛନ୍ତି l ଶିବ ମନ୍ଦିର ନିକଟରେ ଥିବା ଟାଙ୍କିରେ ୬ ଦିନ ହେଲା ପାଣି ଯୋଗାଣ ବନ୍ଦ ରହିଛି l ଫଳରେ ତଳ ସାହି, କଣ୍ଟା ସାହି, ପ୍ରଧାନ ସାହି ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ ସ୍ୱାଇଁ କହିଛନ୍ତି l

new life
You might also like
error: Content is protected !!