News
WhatsApp Image 2023-10-04 at 17.25.00
samparksetu

ଡିଜିଟାଲ କୌଶଳର ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ତରଫରୁ  ନେତୃତ୍ୱ ବିକାଶ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସମ୍ପର୍କିତ ଦଶ ଦିନ ବ୍ୟାପି ଦୁଇଟି ପଞ୍ଚ ଦିବସୀୟ କର୍ମଶାଳା ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କୋଭିଡ଼ -୧୯ ନିୟମାବଳୀ ଅନୁପାଳନ କରି ଅନୁଷ୍ଠିତ ହୋଇଯାଇଛି lପ୍ରଥମ କର୍ମଶାଳାରେ ୧୧ ଗୋଟି ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୧୦ ଜଣପ୍ରଧାନଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକଙ୍କ ସମେତ ୪୦ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମିଶାଇ ମୋଟ ୫୦ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରି ସଫଳ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ। ସେହିପରି ଦ୍ଵିତୀୟ କର୍ମଶାଳାରେ ଜିଲ୍ଲାର ୧୩ ଟି ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର  ୦୯ ଜଣ ପ୍ରଧାନ ଶିକ୍ଷକଙ୍କ ସମେତ ୩୧ ଜଣ ସହକାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମିଶାଇ ମୋଟ ୪୦ ପ୍ରଶିକ୍ଷାର୍ଥୀ ଯୋଗଦେଇ ସଫଳ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ ।

ଉଭୟ କର୍ମଶାଳାର ପ୍ରଥମ ଦିନ ପ୍ରାତଃ ୭ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ମହୋଦୟା ଉକ୍ତ କର୍ମଶାଳାଦ୍ୱୟକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ବର୍ତ୍ତମାନ ୫ଟି ଆନୁକୂଲ୍ୟରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଯେଉଁ ସବୁ ସୁବିଧା ଗୁଡିକ ଉପଲବ୍ଧ ଅଛି ସେଗୁଡିକର ସୁଫଳ ପିଲା ମାନଙ୍କ ନିକଟରେ କିଭଳି ପହଂଚିବ, ସେ ସମ୍ପର୍କରେ ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ ମାନେ ଯତ୍ନବାନ ହେବାକୁ ସେ ସୁପରାମର୍ଶ ଦେଇଥିଲେ l

ପ୍ରଶିକ୍ଷକା ଓ ପ୍ରଶିକ୍ଷକଭାବେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ତଥା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ସସ୍ମିତା ସାହୁ ,ଶତାୟୁ, ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ଓ ଗଂଦିଆ ବ୍ଲକ ଶିକ୍ଷା ଅଧିକାରୀ  ତଥା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବ୍ରହ୍ମୋତ୍ରୀ ବିଶ୍ୱାଳ,ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ଲକ୍ଷ୍ମୀଧର ମ୍ୟୁନିସିପାଲିଟି ହାଇସ୍କୁଲର ଗଣିତ ଓ ବିଜ୍ଞାନ ଶିକ୍ଷକ ମୀନକେତନ ପରିଡା,  ତଥା କାଇମାଟି ଉଚ୍ଚ ବିଦ୍ୟାଳୟ ଓ ମାଣିପୁର ଉଚ୍ଚ ବିଦ୍ୟାଳୟ ଉଭୟର ଯୁଗ୍ମ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ରୋହିତ କୁମାର ରାଉତ ଓ ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗ ଦେଇ ନେତୃତ୍ୱ ବିକାଶ,ବ୍ୟକ୍ତିତ୍ୱ ବିକାଶ,ଆତ୍ମ ସଚେତନତା,ଶିକ୍ଷା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗଦ୍ୱାରା ଡିଜିଟାଲ କୌଶଳର ସଫଳ ବ୍ୟବହାର,ସ୍ମାର୍ଟ ବିଦ୍ୟାଳୟର ସ୍ୱରୂପ ଆଦି ସମ୍ପର୍କରେ ବିଭିନ୍ନ ଦିନମାନଙ୍କରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସଫଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l

କର୍ମଶାଳାରେ ସମସ୍ତେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ଉତ୍ସାହର ସହ ଶିଖୁଥିଲେ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପାଦିତ କରିଥିଲେ। ବିଦ୍ୟାଳୟ ମାନଙ୍କରେ ସଂଯୁକ୍ତ ହୋଇଥିବା ସ୍ମାର୍ଟ ପlନେଲ ବୋର୍ଡର ବିଭିନ୍ନ ବ୍ୟବହାର ଗୁଡିକ ରାଜ୍ୟ ପ୍ରଶିକ୍ଷଣ ପ୍ରାପ୍ତ ପ୍ରଜ୍ଞା ପାରମିତା ଦାସ, ଜିଲ୍ଲା ପ୍ରୋଗ୍ରାମର ଏମ. ଆଇ. ଏସ.(କାର୍ଯ୍ୟକ୍ରମ  ନିଷ୍ପାଦକ, ପରିଚାଳନା ସୂଚନା ବ୍ୟବସ୍ଥା), ପ୍ରିୟରଞ୍ଜନ ପଟ୍ଟନାୟକ, ଢେଙ୍କାନାଳ ସଦର ବ୍ଲକ, ପରିଚାଳନା ସୂଚନା ବ୍ୟବସ୍ଥା ଓ ଯୋଜନା ସଂଯୋଜକ, ପ୍ରଖ୍ୟାତ ବେନକ୍ୟୁ କମ୍ପାନୀର ମାର୍କେଟିଂ ମ୍ୟାନେଜର ତଥା ସ୍ମାର୍ଟ କ୍ଲାସ ଟ୍ରେନର(ସ୍ମାର୍ଟ ଶ୍ରେଣୀଗୃହ ପରିଚାଳନା ପ୍ରଶିକ୍ଷକ)ପାର୍ଥସାରଥୀ ପଟ୍ଟନାୟକ ଓ ଅନ୍ୟ ସହାୟକ ମାନେ ଶିଖାଇ ଥିଲେ lଉଭୟ କର୍ମଶାଳାର ଶେଷ ଦିନରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁ, ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକାଙ୍କ ନେତୃତ୍ୱରେ ଅନ୍ୟତମ ସମ୍ମାନିତ ଅତିଥି  ଦରିୟାଲୀ ଗୋସ୍ୱାମୀ,ସଭ୍ୟା ପିରାମାଲ ଫାଉଣ୍ଡେସନ ଓ ‘ସାଥ ଇ ଟିମ’ଙ୍କ ଉପସ୍ଥିତିରେ  ସମସ୍ତ ପ୍ରଶିକ୍ଷାର୍ଥୀମାନେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ବୁଲି ଜ୍ଞାନ ଆହରଣ କରିଥିଲେ l

new life
You might also like
error: Content is protected !!