କାମାକ୍ଷାନଗର ଥାନା ଆଳତୁମା ଇଲେକ୍ଟ୍ରି ଛକ ନିକଟରୁ ୨ଶିଶୁକୁ ଅପହରଣ ନେଇ ଥାନାରେ ମାମାଲା ରୁଜୁ। ସୂଚନା ଅନୁଯାୟୀ, ରୀନା ସ୍ବାଇିଁ ପ୍ରଥମେ ଢେଙ୍କାନାଳ ଛାଟିଆ ଗ୍ରାମର ଆଦିତ୍ୟ ସ୍ବାଇିଁକୁ ବିବାହ କରିଥିଲେ।ବିବାହର କିଛି ବର୍ଷ ପରେ ସ୍ବାମୀ ଆଦିତ୍ବର ମୃତ୍ୟୁ ହେବା ପରେ ରିନା ଶାଶୁଘର ଢେଙ୍କାନାଳରୁ ଆସି କାମାକ୍ଷାନଗର ର ଅଶୁଂମାନ ତ୍ରିପାଠୀକୁ ଦ୍ବିତୀୟ ବିବାହ କରିଥିଲେ ଏବଂ କାମାକ୍ଷାନଗର ରେ ରହି ଆସୁଥିଲେ।
ପୂର୍ବରୁ ରୀନା ଙ୍କର ଥିବା ୨ସନ୍ତାନ ମଧ୍ୟ ରିନା ପାଖରେ ରହୁଥିବା ବେଳେ ଆଜି ହଠାତ ଦିନରେ ରିନାଙ୍କ ସ୍ବାମୀ ଅଶୁଂମାନ ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ଛାଟିଆ ଗ୍ରାମର ପ୍ରଭାକର ସ୍ବାଇିଁ ତାଙ୍କ ସ୍ତ୍ରୀ ଜାନକୀ ସ୍ବାଇିଁ,ଝିଅ ଜୟନ୍ତି ବିଶ୍ବାଳ,ଜସ୍ମିନ ବେହେରା,ପଦ୍ମିନୀ ସାହୁ,ଜ୍ବାଇିଁ ଅଜୟ ବିଶ୍ବାଳ,କୁମୁନ୍ଦ ସାହୁ ମାନେ ଏକ ବୋଲେରୋରେ ଆସି ରୀନାଙ୍କୁ ମାଡ ମାରି ଲହୁ ଲୁହାଣ କରିବା ସହ ଜୋର ଜବରଦସ୍ତି ୨ପୁଅ ଝିଅକୁ ଉଠାଇନେଇ ପଳାଇଛନ୍ତି।
ଛୁଆ ୨ଜଣଙ୍କୁ ଅପହରଣ କରିବା ବେଳେ ସେମାନେ କାନ୍ଦୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି ରୀନା।ତେବେ ଏନେଇ ରୀନା କାମାକ୍ଷାନଗର ଉପସ୍ଥିତ ରହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତେବେ ବର୍ତ୍ତମାନ ସୁଧା ୨ଶିଶୁଙ୍କୁ ଉଧାର କରାଯାଇ ପାରି ନଥିବା ଜଣାପଡିଛି।