News
WhatsApp Image 2023-10-04 at 17.25.00
samparksetu

ଫାଣ୍ଡି ନିକଟରେ ବେଆଇନ କୋଇଲା ଡିପୋ ,ଅଧିକାରୀ ଚୁପ

 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା  ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଞ୍ଚଳରେ ପୁଣି ବେଆଇନ ଚୋରା କୋଇଲା ଡିପୋ ଦିନକୁ ଦିନ ବୃଦ୍ଧି ପାଉଛି । ତାଳଚେର ରୁ ଆସୁଥିବା ଚୋରା  କୋଇଲା କୁ ସରାଙ୍ଗ ଅଞ୍ଚଳରେ ଗୋଟିଏ ସ୍ଥାନରେ ଡ଼ିପୋ କରି କୋଇଲା ମାଫିଆଙ୍କ କାରବାର ଚଳାଇଛନ୍ତି ।

ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଧିକାରୀ ଙ୍କ ପାଖରେ କୌଣସି ସୂଚନା ନଥିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କଣ ଫାଣ୍ଡି ବାବୁ ମାସିକିଆ ନେଇ ଚୁପ୍ ବସିଛନ୍ତି କି ?  ପୂର୍ବରୁ ଦୁଇ ଥର ପରେ ୫/୫/୨୨ ରିଖ ଦିନ ପୁଣି ଖବର ପାଇଁ ଉପ ମହାପ୍ରବନ୍ଧକ ଖଣି ଓ ଇସ୍ପାତ ବିଭାଗ ତାଳଚେର କାର୍ଯ୍ୟାଳୟ ପକ୍ଷରୁ କୋଇଲା ଜବତ କରିଥିବା ବେଳେ, ପରଜଙ୍ଗ ପୋଲିସ ଓ ସରାଙ୍ଗ ଫାଣ୍ଡି ସବୁ ଜାଣି କିଛି ଜାଣିବାକୁ ପାଉ ନାହାନ୍ତି ।

ଦୈନିକ ତାଳଚେର ପାଖରୁ ଶହ ଶହ ଟନ୍ କୋଇଲା ସାଇକେଲ ଓ ସ୍କୁଟର ସାହାଯ୍ୟରେ ଆସି ଡମୋଲ ଓ କାଟେଣି ଯିବା ରାସ୍ତାରେ ବାମ ପଟ ପଡ଼ିଆ ଠାରେ ଗଚ୍ଛିତ ରଖି କିଛି ମାଫିଆ ଏହାକୁ ଭୁବନ, କାମାକ୍ଷାନଗର, ତେଲକୋଇ ଅଞ୍ଚଳକୁ ରପ୍ତାନି କରି ଲକ୍ଷ ଲକ୍ଷ ଟଙ୍କା ଆୟ କରି ମାଲାମାଲ ହେଉଛନ୍ତି । ସବୁ ଜାଣି କିଛି ନଜାଣିବାର ପନ୍ଥା ଅମ୍ବଲମ୍ବନ କରୁଛନ୍ତି ସ୍ଥାନୀୟ ପୋଲିସ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!