News
WhatsApp Image 2023-10-04 at 17.25.00
samparksetu

ଗ୍ୟାସ ପାଇପ ଲାଇନ ଠିକାଦାରଙ୍କ ମନମାନୀ : ବିପଦସଙ୍କୁଳ ଗାତକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଚାଇଁପୁର ଠାରୁ ପଞ୍ଚପଟି ରାସ୍ତାଦେଇ ଗ୍ୟାସ ପାଇପ୍ ଲାଇନ ବିଛାଇବା କାର୍ଯ୍ୟ ଚାଲୁରହିଛି । କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଠିକାଦାର ରାସ୍ତା ପାଖରେ ବଡ ବଡ ଗାତ ଖୋଳି ଖୋଲା ଛାଡିଦେଇ ଦୀର୍ଘଦିନ ପକାଇ ରଖିବା ଯୋଗୁଁ ବ୍ୟବସାୟୀ ଏବଂ ଜନସାଧାଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

ନବଭାରତ ନାମକ ଏକ ଠିକା ସଂସ୍ଥା ଗ୍ୟାସ ପାଇପ ଲାଇନ ବିଛାଇବା ପାଇଁ କାର୍ଯ୍ୟ ନେଇଛନ୍ତି । ପ୍ରଥମେ ଗ୍ୟାସ ସଂସ୍ଥା
ପକ୍ଷରୁ ବଡ ବଡ ପାଇପ୍ ଗୁଡିକ ରାସ୍ତା ପାଶ୍ୱର୍ରେ ରଖି ରାସ୍ତା ଅବରୋଧ କରାଯାଇଛି । ଦୀର୍ଘ ୪ ମାସ ଧରି ଏହି ରାସ୍ତା ଅବରୋଧ
କରାଯାଇଥିବା ବେଳେ ଏବେ ମାଟି ତଳେ ପାଇପ୍ ବିଛାଇବା ପାଇଁ ଜେସିବି ସାହାଯ୍ୟରେ ଗାତ ଖୋଳାଯାଇଛି ।

ଗାତ ଗୁଡିକ ୭ ଫୁଟରୁ ୧୦ଫୁଟ ଗଭୀର ହୋଇଥିବା ବେଳେ ତାକୁ ଖୋଳିବା ପରେ ସେହିଭଳି ଖୋଲା ଛାଡି ଦିଆଯାଇଛି ।ଫଳରେ
କଲେଜ ଛକରେ ସେହି ଗାତରେ ଗାଈ ବାଛୁରୀ ପଡିଯାଇଥିଲେ । ଦୀର୍ଘଦିନ ସିମିନଈ କଲେଜ ଛକ ଏବଂ ହାଟ ନିକଟରେ ଗାତ
ଖୋଳାଯାଇ ସେହିଭଳି ବିପଦ ସଙ୍କୁଳ ଅବସ୍ଥାରେ ଛାଡି ଦିଆଯାଇଛି । ଏହି ଗାତର ଗଭୀରତା ଅଧିକ ହୋଇଥିବାରୁ ରାସ୍ତାରେ
ଯାତାୟତ କରୁଥିବା ଜନସାଧରଣଙ୍କ ଠାରୁ ଆରମ୍ଭ କରି ସ୍କୁଲ କଲେଜ କୁ ଯାଉଥିବା ପିଲାମାନେ ପଡିଯିବାର ଆଶଙ୍କା ରହିଛି ।

ସେହିପରି ରାସ୍ତା ପାର୍ଶ୍ୱରେ ସରକାରୀ ଜମି ଅଧିକ ରହିଥିଲେ ମଧ୍ୟ ବିଏସଏନଏଲ କେବୁଲକୁ ଜେସିବିରେ ବାରମ୍ବାର ଖୋଳିଦେବା ଯୋଗୁଁ ଦିନଦିନ ଧରି ନେଟୱର୍କ ରହୁନାହିଁ । ବ୍ୟବସାୟର ପ୍ରତିଷ୍ଠାନ ସମ୍ମୁଖରେ ଗାତ ଖୋଳି ଦିନ ଦିନ ଛାଡି ଚାଲିଯାଉଥିବାରୁ ଦୋକାନ ଗୁଡିକ ବିପୁଳ କ୍ଷତି ସହୁଛନ୍ତି । ଗ୍ରାହକ ମାନେ ବିପଦ ସଙ୍କୁଳ ଗାତ ପାର ହୋଇ ଦୋକାନକୁ ଯିବାକୁ ଚାହୁଁନଥିବାର ଜଣାପଡିଛି । ସଂସ୍ଥା ପକ୍ଷରୁ ଗାତ ଖୋଳି ସଙ୍ଗେ ସଙ୍ଗେ ପାଇପ୍ ବିଛାଇବାକୁ ଦାବି ହୋଇଛି ।

new life
You might also like
error: Content is protected !!