News
WhatsApp Image 2023-10-04 at 17.25.00
samparksetu

ମହୁଲଖୋଳିରେ ହରିଜନ ପରିବାର ଉପରେ ଆକ୍ରୋଶ ;୧୦ ହଜାର ନଦେଲେ ନିଆଁ ପାଣି ବାସନ୍ଦ,ଉପଜିଲ୍ଲାପାଳଙ୍କୁ ଫେରାଦ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଦେଓଗାଁ ଫାଣ୍ଡି ମହୁଲଖୋଳି ଗ୍ରାମରେ ପୂର୍ବ ଶତୃତାକୁ ନେଇ ଗ୍ରାମ କମିଟିର କିଛି ବ୍ୟକ୍ତି ଏକଛତ୍ରବାଦ ଶାସନ ଚଳାଇଛନ୍ତି । ବ୍ୟକ୍ତିଗତ ଶତୃତାକୁ ନେଇ ହରିଜନ ପରିବାରକୁ ୧୦ ହଜାରଟଙ୍କା ନଦେଲେ ନିଆଁପାଣି ବାସନ୍ଦ କରିବା ସହିତ ଜମିରେ ଗାତ ଖୋଳି ଦେଇଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ମହୁଲଖୋଳି ଗ୍ରାମର ପୂର୍ବତନ ସଭାପତି ଶ୍ରୀବତ୍ସ ସେଠୀଙ୍କ ଅଭିଯୋଗ ଅନୁସାରେ ସେ ଜଣେ ଦିନ ମଜୁରୀଆ ଏବଂ ହରିଜନ ପରିବାରର ଲୋକ ଅଟନ୍ତି । ପରିବାରର ୧୨ଜଣକୁ ନେଇ ରହୁଥବା ବେଳେ ଗ୍ରାମରେ ହୃଦାନନ୍ଦ ପରିଡାଙ୍କ ସହିତ ଅନ୍ୟମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଶ୍ରୀବତ୍ସଙ୍କ ଝିଅ ଗୋଲାପ ଏବଂ ତାର ସ୍ୱାମୀ ମୁନା ସେଠୀ ଗତ ୧୭ବର୍ଷ ଧରି ଗ୍ରାମରେ ରହିଆସୁଛନ୍ତି । କମିଟି ତରଫରୁ ତାଙ୍କୁ ୧୦ ହଜାର ଟଙ୍କା ନଦେଲେ ନିଆଁପାଣି ବନ୍ଦ କରିବାକୁ ଧମକ ଚମକ ଦେଉଛନ୍ତି ।ଏପରିକି ଦୀର୍ଘ ୩୦ ବର୍ଷ ଧରି ୮ ଗୁଣ୍ଠ ଦେବୋତ୍ତର ଜମିରେ ସଞ୍ଜା ରସିଦ ପଇଠ କରି ମୁଁ ଚାଷ କରୁଥିବା ବେଳେ, କମିଟି ତରଫରୁ ଜୋରଜବର ଦସ୍ତ ଜମିରେ ୪ଫୁଟ ଗଭୀର ଗାତ ଖୋଳି ଦଇଛନ୍ତି । ଏହାକୁନେଇ ଶ୍ରୀ ବତ୍ସ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିବା ସହିତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!