କୌଣସି ଏକ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ ପୁଅଟିଏ ଆଉ ଝିଅଟିଏ । ଅଳ୍ପ ସମୟର କଥାବାର୍ତ୍ତାରେ ଉଭୟ ପରଷ୍ପର ପାଖରେ ସହଜ ହେଇଯାଇଥିଲେ । ଉଭୟଙ୍କ ଚିନ୍ତା ଧାରା ଥିଲା ଏକପ୍ରକାର । ସାମ୍ପ୍ରତିକ ଘଟଣାବଳୀଠାରୁ ଆରମ୍ଭ କରି ଚେତନ ଭଗତଙ୍କ ନୂଆବହି ପର୍ଯ୍ଯନ୍ତ କେତେକେତେ କଥା ସେମାନଙ୍କ ଆଲୋଚନାକୁ ଆସିଯାଉଥିଲା ।
ଏହା ଭିତରେ ଝିଅଟିର ଟ୍ରେନ ଆସିବାକଥା ଉଦ୍ଘୋଷିତ ହେଇସାରିଲାଣି।ଉଭୟଙ୍କ ଗନ୍ତବ୍ୟ ସ୍ଥାନ ଥିଲା ବିପରୀତ ଦିଗରେ । ଝିଅଟି ନିଜ ବ୍ୟାଗକୁ ସଜାଡିଲା । ପୁଅଟି କଣ ପଚାରିବ ପଚାରିବ ଭାବି ରହିଯାଉଥାଏ । ଝିଅଟି ଉଠିଲା ।
ପୁଅଟି ତଳକୁ ଅନେଇଲା, ସାହାସ ସଞ୍ଜୟ କରି ପୁଣିଝିଅଟି ଆଡେ ଅନେଇ ପଚାରିଲା, “ଆମେ ଗୋଟିଏ ଦିଗରେ ଗଲେ ଚଳନ୍ତାନି ?”
ଝିଅଟି ଖାଲି ହସିଦେଲା ।
ପୁଅଟି ପୁନରାୟ ପଚାରିଲା, ତା ନାଆଁ ଆଉ ନମ୍ବର ।
ଝିଅଟି ପୁଣିହସିଦେଲା, “ଆମେ ଏତେ ସମୟଧରି ଏକାଠି ବସିଲେ, ଭାବର ଆଦାନପ୍ରଦାନ କଲେ, ସେତିକି କଣ ଯଥେଷ୍ଟ ନୁହେଁ! !! କାହିଁକି ବନ୍ଧନଟେ ଆବୋରି ନେବା !!!”
ପୁଅଟି ତଳକୁ ମୁଁହ କରି କଣ ସବୁଭାବିବାକୁ ଲାଗିଲା।
ଟ୍ରେନ ଆସି ପହଞ୍ଚିଲାଣି । ପୁଅଟି ସେମିତି ତଳକୁ ମୁଁହ କରି ବସିରହିଛି । କାହିଁକି କେଜାଣି ତା ଆଡେ ଅନେଇବାକୁ ଆଉ ଚାହିଁଲାନି ।
ଟ୍ରେନ୍ କେତେବେଳୁ ଛାଡିସାରିଲାଣି । ପୁଅଟି ସେମିତି ତଳକୁ ମୁଁହ କରି ବସିରହିଛି । ହୁଏତ ତା ଟ୍ରେନ ମଧ୍ୟ ଚାଲିଯିବନି ।
ହଠାତ୍ ପିଠିରେ କାହାର ସ୍ପର୍ଶ ଅନୁଭବ କଲା । ମନେହେଲା ‘ସେ ଝିଅଟି ନୁହେଁ ତ’ !!!! ପିଲାଟି ଚମକି ପଡିଲା ଆଉ ଯୋର୍ ରେ ହସିଉଠିଲା ।
✍️ପ୍ରଶାନ୍ତ କୁମାର ଦାସ