ଢେଙ୍କାନାଳ ପୌରାଞ୍ଚଳରେ ସରକାରୀ ଜମି ଏବେ ଦେଖିବାକୁ ସ୍ୱପ୍ନ ପାଲଟିଛି । ସରକାରୀ ଜମି ଉପରେ ଘରୋଇ ମାଲିକଙ୍କ ରାଜ । ସହରରେ ପାର୍କ କିମ୍ବା ଖୋଲା ପଡିଆରେ ଘେରାଏ ବୁଲିଆସିବାକୁ ସହର ବାସୀଙ୍କ ପାଇଁ ଜମି ଖଣ୍ଡେ ମିଳିବା କଷ୍ଟକର ହୋଇ ପଡିଛି । ଗତ୨ ହଜାର ମସିହା ପୂର୍ବରୁ ପୌରା ଳରେ ଶହଶହ ଏକର ଜମି ରାଜସ୍ୱ ବିଭାଗ ଅଧିନରେ ରହିଥିଲା ।
କେହି ସରକାରୀ ଜମିକୁ ଜବରଦଖଲ କରିବାକୁ ସାହସ କରିପାରୁ ନଥିଲେ । ବେଆଇନ ଜବର ଦଖଲକାରୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇ ଏହାରୁ ଜବରଦଖଲ ମୁକ୍ତ କରାଯାଉଥିଲା । ୨ ହଜାର ମସିହା ପରେ ପ୍ରଶାସନର ଅବହେଳା ହେଉ କିମ୍ବା ରାଜସ୍ୱ ବିଭାଗର ଅସାଧୁ କର୍ମଚାରୀଙ୍କ ଯୋଗୁଁ ହେଉ ସରକାରୀ ଜମିକୁ ହଡପ କରିବା ପାଇଁ ବେଆଇନ ଭାବରେ ଜବରଦଖଲ କରି ନିଜ ଅଧିନରେ ରଖିଥିଲେ ମଧ୍ୟ ସରକାରୀଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜମି ଦଲାଲ,ମାଫିଆ ମାନେ ପ୍ରୋତ୍ସାହିତ ଓ ଉ୍ତ୍ସାହିତ ହୋଇ ଶହ ଶହ ଏକର ସରକାରୀ ଜମିକୁ ନିଜ ଅଧିନକୁ ନେଇ ପରେ ସେହି ଜମିକୁ ପ୍ଲଟରେ ପରିଣତ କରି ବିକ୍ରୀ କରୁଥିବାର ଜଣାପଡିଛି । ଜିଲ୍ଲା ପ୍ରଶାସନ ଏବଂ ରାଜସ୍ୱ ବିଭାଗ ସବୁ ଦେଖି ନଦେଖିଲା ଭଳି ହେଉଛି ।
ଏବେ ସରକାରଙ୍କ ତରଫରୁ ଜାଗା ମିଶନ ଯୋଜନା ଲାଗୁ କରାଯିବା ପରେ ଜମି ଦଲାଲ ଓ ପୌରାଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବହୁ ସରକାରୀ ଜମି ପ୍ରକୃତ ହିତାଧିକାରୀଙ୍କ ପରିବର୍ତ୍ତେ ଅନ୍ୟାୟ ଭାବରେ ହିତାଧିକାରୀ ହୋଇନଥିବା ଲୋକଙ୍କୁ ଅସାଧୁ ଉପାୟତରେ ଦିଆଯାଉଥିବାର ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ଏବଂ ରାଜସ୍ୱ ବିଭାଗର କରାନାମା ସରକାରୀ ଜମିକୁ ହଡପ କରିବାରେ ସହଯୋଗ ରହୁଛି ।
ଢେଙ୍କାନାଳ ସହରରେ ବିଭିନ୍ନ ଅଞ୍ଚଳରେ ଏନଜିଓ ,ସଙ୍ଘ,ଫୋରମ,ଘରୋଇ ମନ୍ଦିର କରି ବହୁ ପରିମାଣ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିବାର ଜଣାପଡିଛି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସାଂସଦ ଏବଂ ବିଧାୟକ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ଅନୁଦାନରେ ଗୃହ ନିର୍ମାଣ କରାଯାଉଛି ।ଏପରିକି ବେଆଇନ ଭାବରେ ସରାକାରୀ ଜମିକୁ ଦଖଲ କରିଥବା ଘରୋଇ ସଂସ୍ଥାକୁ ପାଠାଗାର ପାଇଁ ବିଧାୟକ ପାଣ୍ଠି ବ୍ୟବହାର କରାଯାଉଥିଲେ ମଧ୍ୟ ସେଠାରେ ପାଠାଗାର ବଦଳରେ ଗେଷ୍ଟ ହାଉସ କିମ୍ବା ଘରୋଇ କାର୍ଯ୍ୟାଳୟ ଚାଲିଛି ।
ଘରୋଇ ମନ୍ଦିରକୁ ଦିଆଯାଉଥିବା ଅନୁଦାନରେ ମଣ୍ଡପ କିମ୍ବା ଘର ତିଆରି କରି ବାହାଘର ଏବଂ ବ୍ରତଘର କରି ଅର୍ଥ ଉପାର୍ଜନର
ମାଧ୍ୟମ ପାଲିଟିଛି ।କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଆସୁଥିବା ଅନୁଦାନକୁ ଅଣଯୋଜନା ଭାବରେ ପୌରସଂସ୍ଥାରେ
ଖର୍ଚ୍ଚ କରାଯାଇଛି । ସରକାରୀ ଜମିରେ କୌଣସି ପ୍ରକଳ୍ପ ପୌରସଂସ୍ଥା କାର୍ଯ୍ୟ କରିଲେ ସରକାରଙ୍କ ରାଜସ୍ୱ ବିଭାଗର ଆଲାଇନେସନ
ମାମଲା ରୁଜ୍ଜୁ କରାଯାଇ ଜମି ହସ୍ତାନ୍ତର ହେବା ପରେ କାର୍ଯ୍ୟକରିବା କଥା । କିନ୍ତୁ ସହରରେ ଓଡିଶା ସରକାର ଜମି ଥଇଥାନ ନୀତି
ଏବଂ ଆଇନର ଉଲଙ୍ଘନ କରାଯାଇ ପୌରସଂସ୍ଥା କାର୍ଯ୍ୟ କରୁଥିବାରୁ ଢେଙ୍କାନାଳରେ ସରକାର ଭୂମୀ ହୀନ ହୋଇପଡିଛନ୍ତି । ଫଳରେ ସହରରେ କୌଣସି ଅନୁଷ୍ଠାନ ବା ପ୍ରକଳ୍ପ ପାଇଁ ସରକାରୀ ଜମିର ଅଭାବ ରହିଛି । ଦୁଃଖର ବିଷୟ ସ୍ମାର୍ଟପାର୍କ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ସହର ମଧ୍ୟରେ କୌଣସି ଜମି ନଥିବାରୁ ଏହା କାର୍ଯ୍ୟ ହୋଇ ପାରୁନାହିଁ । ସହର ମଧ୍ୟରେ ସରକାରୀ ଜମିର ସୁରକ୍ଷା ଦାୟୀତ୍ୱକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।