ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ରଣେଶ୍ବର ମନ୍ଦିର ପାଖରେ ବୁଡ଼ି ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଗ୍ରାମର ହେମନ୍ତ କୁମାର ରାଉତଙ୍କ ଏକ ମାତ୍ର ପୁତ୍ର ଚିନ୍ମୟ ପ୍ରସାଦ ରାଉତ (୧୨) ଆଜି ପୂର୍ବାହ୍ନରେ ସାଙ୍ଗମାନଙ୍କ ସହିତ ଗ୍ରାମ ରଣେଶ୍ୱର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।
ନଦୀରେ ଗାଧୋଇବା ବେଳେ ଚିନ୍ମୟ ଗଭୀର ପାଣିରେ ବୁଡ଼ି ଯାଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ,ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ଚିନ୍ମୟକୁ ମୃତ ଘୋଷଣା କରିଥିଲେ। ସେ ଧଳପୁର ୟୁପି ସ୍କୁଲର ସପ୍ତମ ଶ୍ରେଣୀ ର ଛାତ୍ର ଥିଲେ ।