News
WhatsApp Image 2023-10-04 at 17.25.00
samparksetu

୫ଟି ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ,ରଙ୍ଗ ଲଗାଇ ଚଳୁ କରିନେଲେ ଲକ୍ଷାଧିକ ଟଙ୍କା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି ସ୍କୁଲ୍ କାର୍ଯ୍ୟରେ ଅନିୟମିତତା ର ଅଭିଯୋଗ ଆଣିଲେ ଅଭିଭାବକ। ଓଡ଼ିଶା ସରକାର ବିଦ୍ୟାଳୟ ଗୁଡିକରେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରୁଛନ୍ତି ୫ଟି ସ୍କୁଲ୍ । କିନ୍ତୁ ଏଠି ୫ଟି ନାରେ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ସରଳ ସୁନ୍ଦର ରୂପ ଧାରଣ ଆଧାରରେ ନିର୍ମିତ ବିଦ୍ୟାଳୟ ପରିସର ଗଢ଼ିଉଠି ମୋ ସ୍କୁଲ୍ ରେ ଅନ୍ତର୍ଭୁକ୍ତ ହେଉଛି କିନ୍ତୁ ଅଭିଯୋଗ ଅନୁସାରେ ବିଦ୍ୟାଳୟ, ରେ ଖର୍ଚ୍ଚ ହେଲାଣି ନବେ ଲକ୍ଷ ଟଙ୍କା ହେଲେ ଖର୍ଚ୍ଚ ଅନୁସାରେ ବିଦ୍ୟାଳୟ କାମ ହୋଇନଥିବା ସ୍କୁଲ୍ ନୂତନ ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ପୂର୍ବରୁ ଥିବା ଶ୍ରେଣୀଗୃହ କୁ ବିନା ମରାମତିରେ ରଙ୍ଗ ଲଗାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଛି । ପୁଣି ବିଦ୍ୟାଳୟର ପାଚେରୀ ଉପରେ ଠିଆ ହୋଇଛି ଦୁଇ ଦୁଇ ଟି ଶୌଚାଳୟ ଯାହା ଲୋକଙ୍କୁ ଅଶ୍ଚର୍ଯ୍ୟ କରିଛି । ସମ୍ପୂର୍ଣ୍ଣ ନିମ୍ନମାନର କାର୍ଯ୍ୟ ହୋଇଛି ବୋଲି ଲୋକେ କହିଛନ୍ତି । ଗ୍ରାମବାସୀ ଆହୁରି କହିବା କଥା କି ପୂର୍ବରୁ ସ୍କୁଲର କମିଟି ଙ୍କ ବିନା ସ୍ବାକ୍ଷରରେ ୫ଟି ଅର୍ଥରୁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ଟଙ୍କା ଅନୁସାରେ କାମ କିଛି ହୋଇନାହିଁ । ସ୍କୁଲ୍ ପ୍ରଧାନ ଶିକ୍ଷକ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୂଚନ୍ଦ୍ରିକାରେ ଏସବୁ ହୋଇଛି ବୋଲି ନୂତନ ସ୍କୁଲ୍ ପରିଚାଳନା କମିଟି କହିଛନ୍ତି ।

ପୁରୁଣା ଶ୍ରେଣୀଗୃହ ଗୁଡ଼ିକୁ ମରାମତି ନକରି ରଙ୍ଗ ଲଗାଇ ଶ୍ରେଣୀଗୃହର ଟଙ୍କା ହଡ଼ପ ହୋଇଛି ବୋଲି ଲୋକେ ଟାଣ କରିଛନ୍ତି । ଦେଶର ଭବିଷ୍ୟତ ହେଉଛନ୍ତି ପିଲା ମାନେ ଯଦି ଏ ଠକ ମାନେ ଆମ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ତେବେ ଆମେ କାହାକୁ କହିବୁ ଲୋକେ ପ୍ରଶ୍ନ କରିଛନ୍ତି ? ସରକାର ସବୁ କ୍ଷେତ୍ରରେ ସବୁଠାରୁ ପିଲାଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇ ଆସୁଛନ୍ତି ।

ହେଲେ ଏଠାରେ ନିଜ ଭବିଷ୍ୟତ ଉପରେ ଅଧିକ ଗୁରୁତ୍ଵ ଦେଇ ପିଲାଙ୍କ ଭବିଷ୍ୟତ ନଷ୍ଟ କରିବାରେ ଲାଗିଛନ୍ତି , କିଛି ଅସାଧୁ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଠିକାଦାର । ସ୍କୁଲ୍ ରେ ହୋଇଥିବା ୫ଟି ଘୋଟାଲା କାର୍ଯ୍ୟ ଉପରେ ସରକାର ନଜର ରଖି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନହେଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସ୍କୁଲ୍ ର ବର୍ତ୍ତମାନ ପ୍ରଧାନ ଶିକ୍ଷକ ଯୋଶବନ୍ତ ସାହୁ କହିଛନ୍ତି କି ପୂର୍ବରୁ ଥିବା ପ୍ରଧାନ ଶିକ୍ଷକ କଣ କରିଛନ୍ତି ମୁଁ ଜାଣିନି କିନ୍ତୁ ମୁଁ ଆସିଲା ଦିନ ଠାରୁ ଯାହା ହୋଇଛି ମୁଁ ସ୍କୁଲ୍ କମିଟି କୁ ଜଣାଇଛି । ସେପଟେ କନିଷ୍ଠ ଯନ୍ତ୍ରୀ ଙ୍କ ମତାମତ ମିଳିନଥିବା ବେଳେ ପରଜଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ବେହେରା କହିଛନ୍ତି କିଛି ଅନିୟମିତତା ହୋଇନାହିଁ ,ଲlଇବ୍ରେରୀ କକ୍ଷ, କମ୍ପ୍ୟୁଟର କକ୍ଷ କାର୍ଯ୍ୟ ଜାରି ରହିଛି ଓ ମାତ୍ର କିଛି କାର୍ଯ୍ୟରତ ବିଲ୍ ପୈଠ ହୋଇଛି ,ତେବେ ଏଠି ଏକ ନିରପେକ୍ଷ ତଦନ୍ତ ହେବା ଉଚିତ୍ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

new life
You might also like
error: Content is protected !!