News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ସମର ଫିଏଷ୍ଟା- ୨୦୨୨ ଅନୁଷ୍ଠିତ

ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ସମର ଫିଏଷ୍ଟା – ୨୦୨୨ ମେ ୨୭ ଠାରୁ ଆରମ୍ଭ ହେଇଛି। ଏହା ୮ ଦିନ ଧରି ଚାଲିବ। ଏହାକୁ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ। ଏହି ସମର ଫିଏଷ୍ଟା ରେ ୧୦ ଗୋଟି ଗେମ ସାମିଲ ହୋଇଛି।

ଭାରତ ର ଲୋକ ପ୍ରିୟତା ଚେସ ଗେମ ମଧ୍ୟ ରହିଅଛି। ଏହି ଚେସ ଗେମ ରେ ୧୦୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ର ବରିଷ୍ଠ କ୍ରୀଡ଼ା ଶିକ୍ଷକ ଶ୍ରୀ ଅଭୟାନନ୍ଦ ବିହାରି ଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଚେସ ଚାଲେଞ୍ଜର ଖେଳାଳି ତଥା ଜେଏନଭି ଚେସ କୋଚ୍ କୁଳମଣି ଜେନା ଚେସ ତାଲିମ ଦେଉଛନ୍ତି। ତାଙ୍କ ସହ ସନ୍ତୋଷ କୁମାର ସ୍ୱାଇଁ , ଜ୍ଞାନ ରଞ୍ଜନ ନନ୍ଦ, ଐଶ୍ଵର୍ୟା ମିଶ୍ର, ଯସସ୍ୱିନୀ ବେହେରା, ପଦ୍ମଜା ଆଚାର୍ଯ୍ୟ ଓ ଭାବନା ଯାଦବ ଏହି ଚେସ କୋଚିଂ କ୍ୟାମ୍ପ ରେ ସହାୟତା କରିଛନ୍ତି। ଏହି ସମର ଫିଏଷ୍ଟା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

new life
You might also like
error: Content is protected !!