ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତର ୧୪୯! ନମ୍ୱର୍ ଜାତୀୟ ରାଜପଥ କଡ଼ରେ କୂଲେଇ ଗ୍ରାମରେ ଗଢି ଉଠିଛି ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ। ଦୈନନ୍ଦିନ ଏଠାରେ ୫୦୦ ରୁ ୬୦୦ ପ୍ରତ୍ୟେକ ବିଭାଗରେ କାମ କରନ୍ତି। ଏଠାରେ ସୁରକ୍ଷାର ସେଭଳି କିଛି ପଦକ୍ଷେପ ନିଆ ଯାଇ ନାହିଁ। ଜୀବନ ରାତି ସବୁବେଳେ ବିପଦ ଥାଏ। ଶନିବାର ଦିନ ଜଣେ ବାହାର ରାଜ୍ୟର ଶ୍ରମିକ ଏଠାରେ ପାୱାର ପ୍ଲାଣ୍ଟ ରେ କାମ କରୁଥିଲେ।
୧୦୦ ଫୁଟ ଉପରୁ ଏକ କଂକ୍ରିଟକଡି ଖସିଯିବାରୁ ଶ୍ରମିକଙ୍କ ଉପରେ ମାଡ଼ି ବସିଚି। ତାକୁ ତୁରନ୍ତ ପ୍ଲାଣ୍ଟ କର୍ତ୍ତୃପକ୍ଷ କାହାକୁ କିଛି ନ ଜଣାଇ ସେମାନେ ଅନୁଗୁଳ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେଠାରେ ଗୁରୁତର ଥିବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଇଛି। କମ୍ପାନୀ କର୍ତ୍ତୃପକ୍ଷ ଲୁଚାଇବାକୁ ଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ନକରି ପଡୋଶୀ ଜିଲ୍ଲାର ଡାକ୍ତରଖାନାରେ ଭର୍ତ୍ତି କରିଥାନ୍ତି।
ଏଭଳି ଘଟଣା ପ୍ରାୟ ଦୈନନ୍ଦିନ ଲାଗି ରହିଥିବାର ସୂଚନା ମିଳେ। କମ୍ପାନୀ ରେ କୌଣସି ପ୍ରାଥମିକ ଚିକିତ୍ସା ସୁବିଧା ନାହିଁ। ଜଣେ ଫାର୍ମାସିଷ୍ଟ ଙ୍କୁ ରଖି କମ୍ପାନୀ ନିଜ ଦୋଷ ଛଡ଼ାଇ ଦେଇଛି। ଯାହାର ଯାହା ଅସୁବିଧା ହୁଏ ନିଜ ଜିଲ୍ଲା ରେ ଚିକିତ୍ସା ନ କରାଇ ପଡୋଶୀ ଜିଲ୍ଲା ରେ ଚିକିତ୍ସା କରାଇଥାନ୍ତି। କମ୍ପାନୀ ତାର ଭୁଲ କୁ ଲୁଚାଇବାକୁ ଯାଇ ଏଭଳି କରିଥାଏ।
ଶ୍ରମିକ ଜଣକ ବାହାର ରାଜ୍ୟରୁ ହୋଇଥିବାରୁ କାହାକୁ କିଛି ନ ଜଣାଇ ଏଭଳି ଘଟଣାକୁ ଲୁଚାଇଥାନ୍ତି। ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ମାନଙ୍କ ସୂଚନା ମୁତାବକ ଉକ୍ତ ଶ୍ରମିକ ଙ୍କ ଛାତିରେ ବଡ ଧରଣର ଆଘାତ ଘଟିଛି କିନ୍ତୁ ଏଠି କମ୍ପାନୀ ର ଜଣେ ଜୈନିକ ଅଧିକାରୀ କହିଛନ୍ତି କି ସାମାନ୍ୟ ଆହତ ହୋଇଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏଠି କିଏ କେତେ ସତ କହୁଛି ଏହାର ଏକ ଶ୍ରମ ବିଭାଗ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଆଗାମୀ ଦିନରେ ମଧ୍ୟ ସୁରକ୍ଷା ଆଇନ୍ ବ୍ୟବସ୍ଥା କୁ ବେଖାତିର କରି କାରଖାନା କୁ ଚଳାଇବା ର ପରିଲକ୍ଷିତ ହୋଉଛି ।