ଢେଙ୍କାନାଳ ସଦର ଥାନା ସରଖିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର କାମଦେବ ଷେଣ୍ଢ ସ୍ତ୍ରୀର ପରକୀୟା ପ୍ରିତି ଯୋଗୁଁ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ସରଖିଆ ଗ୍ରାମର କାମଦେବ ଦୁବାଇରେ ଏକ କମ୍ପାନୀରେ ଚାକିରି କରି ପରିବାର ପୋଷଣ କରନ୍ତି। ବର୍ଷକୁ ଥରେ କିମ୍ଵା ୨ଥର ଘରକୁ ଆସି ଫେରିଯାନ୍ତି ।
ଏପଟେ କାମଦେବ ଙ୍କର ସ୍ତ୍ରୀ ସନ୍ଧ୍ୟାରାଣୀ ଗ୍ରାମର ଜଣେ ଯୁବକଙ୍କ ପ୍ରେମର ପାଗଳ ହୋଇ ପରକ୍ରୀୟା ପ୍ରିତିରେ ସମ୍ପୃକ୍ତ ଥୁବର ଅଭିଯୋଗ ହେଉଛି । ଶାଶୁ ଘର ଲୋକ ସନ୍ଧ୍ୟାରାଣୀଙ୍କୁ ତାଗିଦ କଲେ ମଧ୍ୟ ସେଥିରୁ ସେ ବାଦ ପଡିନଥିଲେ। ଏକଥା ଦାଣ୍ଡରେ ପଡି ହାଟରେ ପଡିବା ପରେ ସ୍ୱାମୀ କାମଦେବଙ୍କ କାନକୁ କଥା ଯାଇଥିଲା । କାମଦେବ ତୁରନ୍ତ ଦୁବାଇରୁ ଘରକୁ ଚାଲିଆସି ସନ୍ଧ୍ୟାରାଣୀକୁ ତାଗିଦ କରିଥିଲେ କିନ୍ତୁ ସେ ଶୁଣି ନଥିଲେ ।
ଏହାକୁ ନେଇ ପରିବାରରେ ଅସନ୍ତୋଷ ଦେଖାଦେବା ସହିତ କଳି ଝଗଡ଼ା ଲାଗି ରହିଥିଲା। ଏହା ପରେ ସ୍ତ୍ରୀ ବାପ ଘରକୁ ଚାଲିଯାଇଥିଲା। ଗତକାଲି ସାବିତ୍ରୀ ବ୍ରତରେ ସ୍ତ୍ରୀ ଘରକୁ ଫେରିବ ବୋଲି ସ୍ୱାମୀ ଅପେକ୍ଷା କରିଥିଲା ହେଲେ ସ୍ତ୍ରୀ ଫେରି ନଥିଲା। ଏହାପରେ ଆଜି ସକାଳୁ ଗ୍ରାମରୁ କାମଦେବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କାମଦେବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସଦର ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗ୍ରାମରେ କାମଦେବଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।