ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ ର ଆୟୋଜନ କରିଥିଲା, ବୈଠକ ପରେ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ ଏହାର ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରାଇବା ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ ।
ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ଙ୍କ ଦ୍ୱାରା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ରେ ଏହି ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଗଁଦିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ମାନବ ଶୃଙ୍ଖଳ ର ଆୟୋଜନ କରାଯାଇଥିଲା । ହାତ କୁ ହାତ ଧରି କୁନି କୁନି ଛାତ୍ରଛାତ୍ରୀ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇଥିଲେ । ସେହିପରି ଖରାଦିନ ରେ ପକ୍ଷୀ ମାନଙ୍କ ତୃଷ୍ଣା କିପରି ମେଣ୍ଟାଯାଇ ପାରିବ ଏ ନେଇ ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା । ଏଥିରେ ଗଁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହ ସରକାରୀ ପ୍ରାଥମିକ ବିଦ୍ୟାଳୟ ରାମଚନ୍ଦ୍ରପୁର , ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସୂଚନା ଥାଉକି ଶୁଭ୍ରାଂଶୁ ଏନେଇ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଏ ନେଇ କର୍ମଶାଳା ରା ଆୟୋଜନ କରି ୨୫.୦୦୦ ରୁ ଉର୍ଦ୍ଧ୍ବ ମାଟିପାତ୍ର ବଣ୍ଟନ କରିଛନ୍ତି ।