ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ସଙ୍ଘର ସଭାପତି ମଦନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଣି ପଞ୍ଚାୟତ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ କାମାକ୍ଷାନଗର ଉପଖଣ୍ଡର ସମ୍ପାଦକ ଶରତ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ଉଠା ଜଳସେଚନ ବିଭାଗ ଅଧିନରେ ଚାକିରି କରି ଏଥିରୁ ଅବସର ନେଇ ପେନସନ ପାଉଥିବା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ।ପେନସନ ବୃଦ୍ଧି କରିବା ,ବ୍ଲକରେ ଉଠା ଜଳସେଚନ ପଏଣ୍ଟ ଥାଇ ମଧ୍ୟ ଏହା ସୁଚାରୁ ରୂପେ କାର୍ଯ୍ୟକାରୀ ନହେବା ,ଉକ୍ତ ବ୍ଲକ ପାଇଁ ଏହି ବିଭାଗର କାର୍ଯ୍ୟାଳୟ ଥାଇ ମଧ୍ୟ ସ୍ଥାୟୀ ଭାବେ ଯନ୍ତ୍ରୀ ରହିବା ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଅନୁଷ୍ଠିତ ବୈଠକରେ ବ୍ଲକର ସମସ୍ତ ଉଠା ଜଳସେଚନ ବିଭାଗର ପେନସନ ଧାରୀ ଯୋଗ ଦେଇଥିଲେ ।