ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତରଭା ସମବାୟ ସମିତି ନିର୍ବାଚନକୁ ରଦ୍ଧ କରିବା ସହିତ ପ୍ରକୃତ ଚାଷୀକୁ ଚିହ୍ନଟ କରି ଭୋଟ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ତରଭା ଏବଂ ନୂଆଗାଁ ପଞ୍ଚାୟତର ଚାଷୀମାନେ ଏକତ୍ରୀତ ହୋଇ ତରଭା ସମବାୟ ନିର୍ବାଚନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।
ଏ ସଂକ୍ରାନ୍ତରେ ଏକ ଦାବିପତ୍ର ହିମାଂଶୁ ଶେଖର ରାଉତ,ହରେଶ ସ୍ୱାଇଁ ଶ୍ରୀକାନ୍ତ ବେହେରା,ଭିଷ୍ମ ଚରଣ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି । ସମବାୟ ସମିତିରେ ପ୍ରକୃତ ଚାଷୀଙ୍କୁ ଭୋଟ ଦାନପାଇଁ ସୁଯୋଗ ପ୍ରଦାନ କରାନଯାଇ ଅଣଚାଷୀ ମାନଙ୍କୁ ସାମିଲ କରି ଭୋଟ ଦେବାର ଯୋଜନା କରାଯାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏହାକୁ ନେଇ ଚାଷୀ ମାନେ ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିବା ସହିତ ତୁରନ୍ତ ନିର୍ବାଚନକୁ ରଦ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।