News
WhatsApp Image 2023-10-04 at 17.25.00
samparksetu

କିଡନୀ ରୋଗରେ ୫ମୃତ , ୨ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ବାଲି ସାହିରେ କିଡନୀ ରୋଗରେ ଗୋଟିଏ ବର୍ଷରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣା ପଡ଼ିଛି । ଗ୍ରାମ ର ରମେଶ ମହାନ୍ତ (୪୫)ଭୀଷ୍ମ ମହାନ୍ତ (୪୭) ପାର୍ବତୀ ମହାନ୍ତ (୫୦)ଶୁକଦେବ ବେହେରା (୫୦)ରଥ ମହାନ୍ତ (୫୦) ବର୍ଷ ଅଟନ୍ତି ।ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବାଗସିଂ ଚାତର (୫୫) ଓ ଚକ୍ରଧର ବେହେରା (୪୫)ବର୍ଷ ବୋଲି ଜଣାପଡିଛି ।

ଏହି ଆକ୍ରାନ୍ତ ମଧ୍ୟରୁ ଚକ୍ରଧର ବେହେରାଙ୍କ ରାସନ କାର୍ଡରୁ ସରକାରୀ ସହାୟତା ପାଉଥିବା ବେଳେ ତାଙ୍କ ପାଖରେ ସରକାର ଯୋଗାଇ ଦେଇଥିବା ସ୍ବାସ୍ଥ୍ୟ କାର୍ଡରୁ ବଞ୍ଚିତ ହୋଇଛନ୍ତି । ଚକ୍ରଧର ଜଣେ ଖଟିଖିଆ ଦିନ ମଜୁରିଆ ଅଟନ୍ତି ।ଏଥିରୁ ଯେଉଁ ଅର୍ଥ ଉପାର୍ଜନ ହୁଏ ତାହା ମେଡ଼ିକାଲ ଖର୍ଚ୍ଚରେ ଯାଉଛି ।ବର୍ତ୍ତମାନ ଚକ୍ରଧରଙ୍କ ପାଇଁ ଅର୍ଥର ସମସ୍ୟା ରହିଛି ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ନିତ୍ୟାନ୍ତ ଜରୁରୀ ,କାରଣ ଏହି କାର୍ଡ ଦ୍ଵାରା ସୁବିଧାରେ ଚିକିତ୍ସା ହୋଇ ପାରିବ ସେ ଆଶା ବାନ୍ଧିଛନ୍ତି ।ଏହି ପୀଡ଼ିତ ପରିବାରକୁ ତୁରନ୍ତ ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏତଦ୍ ବ୍ୟତୀତ ଉକ୍ତ ସାହିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହି ସାହିରେ ନଳକୂପ ପରିବର୍ତ୍ତେ ଯଦି ସରକାରଙ୍କ ତରଫରୁ ଖୋଲା କୂଅ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!