News
WhatsApp Image 2023-10-04 at 17.25.00
samparksetu

ବିଚ୍ ରାଜପଥ ଉପରେ ବ୍ୟବସାୟଙ୍କ ଠାରୁ ଲୁଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ବୃନ୍ଦାବନପୁର ସାହିର କୀର୍ତ୍ତନ ସାହୁଙ୍କ ପୁଅ କୈଳାସ ଚନ୍ଦ୍ର ସାହୁ (୫୫) ନାମକ ବ୍ୟକ୍ତି ତାଳଚେର ଅଞ୍ଚଳରେ ରହି ପ୍ରତିଦିନ ଏକ ବାଇକରେ ଆସି ପରଜଙ୍ଗ ଅଞ୍ଚଳରେ ବିଭିନ୍ନ ଛୋଟ ବଡ ଦୋକାନରେ ଗୁଟଖା ଓ ଜର୍ଦ୍ଦା ମସଲା ଯୋଗାଇଥାନ୍ତି ।

କୈଳାସ ସବୁ ଦିନ ପରି ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳକୁ ନିଜର ବେପାର ସାରି ତାଳଚେର ଯାଉଥିବା ବେଳେ ପରଜଙ୍ଗ ବଜାର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଥିବା ହାତୀଲୁଚାଣି ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ଜଣ ଏକ ବାଇକରେ ଆସି ତାଙ୍କ ଆଗରେ ପିସ୍ତଲ ଦେଖାଇ ଭୟଭୀତ କରି କୈଳାସଙ୍କ ଠାରୁ ୬୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଛଡ଼ାଇ ନେଇ ଚମ୍ପଟ ମାରିଥିଲେ ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାରେ ଲୋକ ମାନଙ୍କ ଚଳପ୍ରଚଳ ନଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରା ମାନେ ତାଙ୍କ ପିଛା କରି ଏହି ଲୁଟ କରିଥିଲେ ଏ ସମ୍ବନ୍ଧେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ଜଣାପଡିଛି ।

new life
You might also like
error: Content is protected !!