News
WhatsApp Image 2023-10-04 at 17.25.00
samparksetu

ମୁକୁଳା ପଡିଛି ବିଦ୍ୟୁତ୍ ଟ୍ରାନ୍ସଫରମର ;ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଢ ମଠକରଗୋଳା ସେକସନ ଅନ୍ତର୍ଗତ ମଠକରଗୋଳା-ଜମୁନାକୋଟ ମୁଖ୍ୟ ରାସ୍ତା ପାର୍ଶ୍ୱରେ ମୁକୁଳା ପଡିଛି ବିଦ୍ୟୁତ୍ ଟ୍ରାନ୍ସଫରମର । ରାସ୍ତାଦେଇ ହଜାର ହଜାର ଲୋକ ଯାତାୟତ କରୁଥିବା ବେଳେ ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା ସାଜିଥିବାର ଜଣାପଡିଛି ।

ମଠକରଗୋଳା ବିଦ୍ୟୁତ ସେକସନ ମଠକରଗୋଳା-ଯମୁନାକୋଟ ମୁଖ୍ୟ ରାସ୍ତା ମାଛିଆ ନାଳ ନିକଟରେ ବିଦ୍ୟୁତ୍ ବିଭାଗର
ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ଟ୍ରାନସଫରମର ବସାଯାଇ ବିଦ୍ୟୁତ୍ ଯୋଗାଣ ହେଉଛି । ମୁଖ୍ୟ ରାସ୍ତା ପାର୍ଶ୍ଵରେ ମୁକୁଳା ଅବସ୍ଥାରେ ଟ୍ରାନ୍ସଫରମର ଟି ଲାଗିଥିବା ବେଳେ ଚାରିପାଖରେ ପାଚେରୀ କିମ୍ବା ବାଡ ନାହିଁ । ଫଳରେ ଗାଈ ଗୋରୁ ଅବାଧରେ ବିଚରଣ କରିବା ସହିତ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ଯାତାୟତ କରିଥାନ୍ତି । ଟ୍ରାନ୍ସଫରମର ଚାରିପାଖରେ ତାର ବାଡ ଦେବା ଏବଂ ପାଚେରୀ ନିର୍ମାଣ ପାଇଁ ବାରମ୍ବାର ଦାବି କରାଗଲେ ମଧ୍ୟ ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା ସାଜିବାରୁ ଜନଅସନ୍ତୋଷ ବୃଦ୍ଧି ପାଉଛି । ବିଦ୍ୟୁତ୍ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ବିଦ୍ୟୁତ୍‌ ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!