News
WhatsApp Image 2023-10-04 at 17.25.00
samparksetu

ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ମାମଲା ; ଏନଜିଟି ଗଠନ କମିଟି କଲେ ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗ୍ରାମରେ ଗଢ଼ିଉଠିଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କୁ ଆଜି ପରିଦର୍ଶନ କରିଛନ୍ତି ଏନଜିଟି ଙ୍କ ଦ୍ଵାରା ଗଠିତ ଯୁଗ୍ମ କମିଟି । ସୂଚନା ମୁତାବକ ଉକ୍ତ କାରଖାନାର ରୁ ଦୈନିକ ନିର୍ଗତ ଧୂଆଁଧୂଳି ଯୋଗୁଁ ପାଖାପାଖି ପାଞ୍ଚଟି ପଞ୍ଚାୟତର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କୁଲେଇ ଗ୍ରାମର ପାଖାପାଖି ୯ ଏକର ରୁ ଉର୍ଦ୍ଧ୍ବ ଗ୍ରାମ୍ୟ ଜଙ୍ଗଲ ଜମିକୁ ଉକ୍ତ କମ୍ପାନୀ ନିଜ ଅକ୍ତିଆରେ ମାଡି ବସିଛି ।

ଏନେଇ ଗେଙ୍ଗୁଟିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀମାନ୍ତ କୁମାର ଜେନା ଓ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ତା ୨୯-୦୩-୨୦୨୨ ରିଖରେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ପାଖରେ ଦ୍ଵାରସ୍ଥ ହୋଇଥିଲେ । ଦରଖାସ୍ତକାରୀ ଙ୍କ ଅଭିଯୋଗକୁ ଭିତ୍ତିକରି ମାନ୍ୟବର କୋର୍ଟ ତା ୧୦-୦୫-୨୦୨୨ ରିଖରେ ଏକ ଶୁଣାଣି କରିଥିଲେ କି ଏକ କମିଟି ଗଠନ କରି ଉକ୍ତ କାରଖାନାର କୁ ପରିଦର୍ଶନ କରି ଏକ ରିପୋର୍ଟ ୪ ସପ୍ତାହ ଭିତରେ କୋର୍ଟରେ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ବନବିଭାଗ ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଡ଼ଃ ଅନୁପମ ମଲ୍ଲିକ, ପରଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ,ଗେଙ୍ଗୁଟିଆ ରାଜସ୍ବ ନୀରିକ୍ଷକ ମିଳିତ ରେ ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କୁ ପରିଦର୍ଶନ କରିଛନ୍ତି ।

କୁଲେଇ ଗ୍ରାମ କମିଟି ଓ ଗେଙ୍ଗୁଟିଆ ପଞ୍ଚାୟତର ସମିତ ସଭ୍ୟା, ଯେ ପର୍ଯ୍ୟନ୍ତ ପ୍ରଦୂଷଣ ବନ୍ଦ ନହୋଇଛି ଓ ଗ୍ରାମ୍ୟ ଜଙ୍ଗଲ ରୁ ଜବରଦଖଲ ଉଛେଦ ର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ କାରଖାନାକୁ ବନ୍ଦ କରାଯାଉ ବୋଲି ଏକ ଲିଖିତ ଅଭିଯୋଗ ପତ୍ର ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି କି ମାନ୍ୟବର ଏନଜିଟି ଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି କମିଟି ପରିଦର୍ଶନ କରିଛୁ ଏବଂ ଆମେ ଏକ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରାଯିବ , ଆଗାମୀ ଦିନରେ ଏନଜିଟି ଏହାକୁ ବିଚାର କରିବେ ।

new life
You might also like
error: Content is protected !!