News
WhatsApp Image 2023-10-04 at 17.25.00
samparksetu

ସରକାରୀ ସାହାଯ୍ୟକୁ ଚାହିଁ ବସିଛନ୍ତି କିଡିନୀ ରୋଗୀ ସନ୍ତୋଷ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ,କିଛି ଜାଣିନପାରିବା ହେତୁ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଆବଶ୍ୟକ ସ୍ଥଳେ କାମରେ ଲାଗିଲାନି। ତେବେବି ଭଗ୍ନ ମନରେ ବଞ୍ଚିବାର ଆଶା ରଖି ଜୈନକ କିଡିନୀ ଓ ଲିଭର ଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସରକାରୀ ସାହଯ୍ୟକୁ ଚାହିଁ ବସିଛନ୍ତି। ଏହିଭଳି ଏକ ଦୁଃଖ ଦାୟକ ଓ ମର୍ମ ସ୍ପର୍ଶୀ ଘଟଣା ସ୍ଥାନୀୟ ହିନ୍ଦୋଳ ଏନ ଏ ସି ୧୦ ନଂ ୱାର୍ଡ ଗୁଣ୍ଡିଚା ମଣ୍ଡପ ସାହି ସନ୍ତୋଷ ପ୍ରଧାନ (୫୦) ଙ୍କ ନିକଟରେ ପରିଲକ୍ଷିତ ହୋଇଛି।

ସନ୍ତୋଷଙ୍କ ସଂସାର ନିଜର ସ୍ତ୍ରୀ ଓ ଏକମାତ୍ର ଛୋଟ ଝିଅକୁ ନେଇ। ସ୍ଥାନୀୟ ପାଟଣା ସାହି ରାସ୍ତା ପାର୍ଶ୍ଵରେ ଏକ ଭଙ୍ଗା ଦଦରl କୁଡ଼ିଆରେ ଛୋଟ ମୋଟ ଜଳଖିଆ ଦୋକାନ କରି ପରିବାର ଚଳlନ୍ତି। ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରି ଆସୁଥିବା ବେଳେ ହଠାତ ଗତ ମାସରେ ତାଙ୍କର ପରିଶ୍ରା ଜନିତ ସମସ୍ୟା ଦେଖାଗଲା। ତୁରନ୍ତ ଚିକିତ୍ସା ପାଇଁ ଗତ ମାସ ୧୧ ତାରିଖ ଦିନ ଅନୁଗୋଳ ଡାକ୍ତର ଖାନା ଯାଇ ୪ ଦିନ ଧରି ଆଇ ସି ୟୁ ରେ ରହି ଚିକିତ୍ସା ସେବା ପାଇବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ଡ଼ାକ୍ତରଖାନାକୁ ଯାଇ ଅଧିକ ଚିକିତ୍ସା ଆବଶ୍ୟକ ପଡ଼ିଲା।

ସେ ସପରିବାରେ ଅଳ୍ପ କିଛି ପଇସା ଯୋଗାଡ଼ କରି କଟକ ବଡ଼ ଡ଼ାକ୍ତରଖାନାକୁ ଯାଇ ବିଭlଗିୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଶରୀରର ବିଭିନ୍ନ ପରୀକ୍ଷା ଗୁଡିକୁ ଘରୋଇ ପରୀକ୍ଷଣ କେନ୍ଦ୍ର ମାନଙ୍କରେ ପଇସା ପତ୍ର ଖର୍ଚ୍ଚ କରି କରାଇ ନେଲେ। ତେବେ ଆବଶ୍ୟକ ପଡୁଥିବା ଅସ୍ତ୍ରୋପଚାର ପାଇଁ ସେ ଡାକ୍ତର ଖାନାରେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦେଖାଇବାରୁ ସଙ୍ଗେ ସଙ୍ଗେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ଦରକାର ବୋଲି କହି ନାମକୁ ମାତ୍ର କିଛି ଔଷଧ ପତ୍ର ଲେଖିଦେଇ ଘରକୁ ଫେରାଇ ଦେଲେ।

କଟକ ଡାକ୍ତର ଖାନାରେ ସନ୍ତୋଷ ବଞ୍ଚିବାର ରାହା ଖୋଜି ୧୩ ଦିନ ଧରି ୱାର୍ଡରେ ରହି ୟାକୁ ତାକୁ ବହୁ ଖୋସାମତ କରିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୀ ନଥିଲେ। ଇତି ମଧ୍ୟରେ ଡାକ୍ତର ଖାନା ମଧ୍ୟରୁ ତାଙ୍କର କିଛି ପଇସା ଚୋରି ମଧ୍ୟ ହୋଇ ଯାଇଥିଲା। ଏହି ଦୁଇସପ୍ତାହ ହେବ ଘରକୁ ଫେରି ଆସି କିଛି ସରକାରୀ ସାହାଯ୍ୟ ପ୍ରାପ୍ତି ଆଶାରେ ଅନ୍ୟର ପରାମର୍ଶ ଲୋଡୁଛନ୍ତି।

ସ୍ଥାନୀୟ କାଉନସିଲର ପ୍ରଦ୍ୟୁମ୍ନ ବେହେରା ତାଙ୍କ ସେବସୁଶ୍ରୁଷା କରିବା ସହ ସରକାରୀ ସହାୟତା ମିଳିଲେ ସନ୍ତୋଷଙ୍କ ଜୀବନ ବଞ୍ଚି ଯାଇପାରେ ବୋଲି କହିଛନ୍ତି । ଅସ୍ତ୍ରୋପଚାର ପାଇଁ ଯଥେଷ୍ଟ ଅର୍ଥ ଆବଶ୍ୟକ ଥିବାରୁ ସନ୍ତୋଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ ସହଯୋଗ ଭିକ୍ଷା କରିବା ସହ ଚିକିତ୍ସାପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଦାୟିତ୍ୱ ନେବା ଆଶାରେ ସନ୍ତୋଷ ଚାହିଁ ବସିଛନ୍ତି।

new life
You might also like
error: Content is protected !!