News
WhatsApp Image 2023-10-04 at 17.25.00
samparksetu

ଭକ୍ତ ହିତେ ହାତୀ ବେଶ

ନୀଳାଚଳ ଚୂଳେ  କଳା ମେଘ ହୋଇ
      କୃପା ଯେ ଯାନ୍ତି ବରଷି
ସର୍ବ ତୀର୍ଥ ଜଳ  ହୋଇଛନ୍ତି ମେଳ
      ଧନ୍ୟ ତାହାଙ୍କୁ ପରଶି ।

ମତ୍ତ  ମାତଙ୍ଗର   ଚାଲି ମନୋହର
       ପହଣ୍ଡିରେ ଦୟାମୟ
ରତ୍ନବେଦୀ ତେଜି  ଚତୁର୍ଦ୍ଧା ମୂରତ୍ତୀ
       ସ୍ନାନବେଦୀରେ ବିଜୟ ।

ଶ୍ରୀପୁରୁଷୋତ୍ତମ   ଧାମ ସଙ୍ଗେ ନାମ
        କ୍ଷେତ୍ର କ୍ଷେତ୍ରୀ ଭେଦ କାହିଁ
ପତିତପାବନେ    ପତିତପାବନ
        ପତିତପାବନ ତହିଁ ।

ନବ ଜଳଧର     ଧରି ନବ ଜଳ
     ଗଗନେ ହେଲେଣି ମେଳ
କଳାହାତୀ ସ୍ନାନ  ଭକତ ଜୀବନ
      କଳା କରିବାକୁ ଦୂର ।

ତୁମେ ଗଜ ତୁମେ  ଗଜ ଉଦ୍ଧାରଣ
      ତୁମେହିଁ କାର୍ଯ୍ୟ କାରଣ
ଏ ସଂସାର ତାପ  ନାଶ କର ଆହେ
      ପ୍ରବଳ ମତ୍ତ ବାରଣ ।

ତବ ସ୍ନାନେ ହେଉ  ଜଗତ ଶୀତଳ
      ପ୍ରଭୁ ଜଗତ ଆଧାର
ଭାବ ଗଦ ଗଦେ  ଭାବର ସମୁଦ୍ରେ
      ଭାବଗ୍ରାହୀ ସ୍ନାନ କର ।

ଭକ୍ତ ଭଗବାନ   ମଧୂର ମିଳନ
      ଭକ୍ତ ହିତେ ହାତୀ ବେଶ
ପ୍ରେମେ ଗାଏ ଭକ୍ତ  ହୋଇ ଉର୍ଦ୍ଧ୍ବ ହସ୍ତ
      ଜୟ ଜୟ ଜଗଦୀଶ।

         ✍️ବସନ୍ତ କୁମାର ବରାଳ
             

new life
You might also like
error: Content is protected !!