News
WhatsApp Image 2023-10-04 at 17.25.00
samparksetu

ଶିକୁଳିରେ ବନ୍ଧା ଜୀବନ !

ଯେଉଁ ବୟସରେ କାମଧନ୍ଦା କରି ମା କାନ୍ଧର ବୋଝକୁ ହାଲୁକା କରିବା କଥା , ସେହି ବୟସ ରେ ବିଧବା ମା କାନ୍ଧର ବୋଝ ପାଲଟିଛି। ମାନସିକ ରୋଗରେ ପୀଡିତ ହୋଇ ୮ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇଥିବା ବେଳେ ବୋଧବା ମା ପରଘରେ ପାଇଟି କରି ପୁଅ ମୁହଁରେ ଦାନା ଦେଉଛନ୍ତି ।

ଓଡ଼।ପଡ଼ା ବ୍ଳକ ବିଡୋ ପଞ୍ଚାୟତ ଅଧୀନ ମାଳିବିଡୋ ଗ୍ରାମରେ ଏଭଳି ଅଭାଵନୀୟ ଚିତ୍ର ଦେଖିବାକୁ ମିଳିଛି ।ସରକାରୀ ଯୋଜନାରେ ମିଳୁଥିବା ୫୦୦ ଟଙ୍କା ଭତ୍ତା ଓ ୧୦ କିଲୋ ଚାଉଳ ରେ ଚଳିବା କଷ୍ଟକର ହେଉଥିବା ବେଳେ ବିଧବା ମା ପନ୍ଦ।ରି ଦାସ ଜିଲ୍ଲା ପ୍ରଶାସନର ସହାୟତା ଲୋଡୁଛନ୍ତି ।

ମାଳିବିଡ଼ୋ ଗ୍ରାମର ପନ୍ଦ।ରି ଦାସ, ଦୀର୍ଘ ବର୍ଷ ହେବ ସ୍ୱାମୀ ଅରପାରିରେ । ନିଜର କହିଲେ ଏକମାତ୍ର ପୁଅ କବିରାଜ ଦାସ (୨୬) । ଦୀର୍ଘ ୮ବର୍ଷ ହେଲା କବିରାଜ ମାନସିକ ରୋଗରେ ପିଡ଼ତ । ପୁଅକୁ ଆୟତ୍ତ କରିବାରେ ଅକ୍ଷମ ହେବରୁ ଶିକୁଳି ରେ ବାନ୍ଧି ତାଲା ପକାଇ ରଖିଛନ୍ତି । ସରକାରୀ ସହାୟତା ଖିଲେ ତାଙ୍କୁ ୫୦୦ ଟଙ୍କା ବିଧବା ଭତ୍ତା ଓ ରାସନ କାର୍ଡରେ ୧୦ କିଲୋ ଚାଉଳ ମିଳୁଛି। ଏତିକିରେ ମାସକର ଗୁଜୁରାଣ ମେଣ୍ଟାଇବା ସମ୍ଭବ ନୁହେଁ । ତେଣୁ ସେ ଜିଲ୍ଲା ପ୍ରଶାସନ ର ସହାୟତା ଲୋଡିଛନ୍ତି ।

ଗତମାସରେ ସେ ଓଡ଼।ପଡା ରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଦ୍ୱାରସ୍ଥ ଜୋଇଥିଲେ। ଜିଲ୍ଲାପାଳ ତାଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ତୁରନ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।ମାତ୍ର ବର୍ତ୍ତମାନ ସୁଦ୍ଧା ତାଙ୍କୁ କୋୖଣସି ତାଙ୍କୁ କୌଣସି ସାହାଯ୍ୟ ମିଳିପାରି ନାହିଁ , ତେବେ କବିରାଜ ଙ୍କୁ ଉନ୍ନତ ଚିକିତ୍ସା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!