ଟାଟାଏସି ଧକ୍କାରେ ଦୁଇ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଦେଢ଼ ଘଣ୍ଟା ବିଳମ୍ବରେ ପହଁଚିଲା ରାସୋଳ ପୋଲିସ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାସ୍ତାରୋକ ହେଲା । ପରେ ମାଜିଷ୍ଟ୍ରେଟ ପହଂଚି ଥିଲେ ମଧ୍ୟ ଲୋକମାନେ ଶବ ଛାଡିଲେ ନାହିଁ । ପରିବାର ଲୋକେ ଆସି ଶବ ନେଇଥିଲେ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗଣ୍ଡାନାଳୀ ପଂଚାୟତ ଚିଲତଇଲା ଠାରେ ।
ଅନୁଗୁଳ ଜିଲ୍ଲା ସାକସିଙ୍ଗା ଗ୍ରାମର ଦୁଇ ଜଣ ବ୍ୟକ୍ତି କୁଳମଣି ପ୍ରଧାନ ଓ ନିଧି ପ୍ରଧାନ ଦିନ ପ୍ରାୟ ଗୋଟାଏ ବେଳକୁ ଏକ ବାଇକ ନମ୍ବର OD19D 4200 ରେ ଢେଙ୍କାନାଳ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟାଟାଏସି ନମ୍ବର OD22J 9397 ସହିତ ମୁଂହlମୁଁହି ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇ ବାଇକ ଆରୋହି ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ସ୍ଥାନୀୟ ଲୋକମାନେ ରାସୋଳ ପୋଲିସ କୁ ଖବର ଦେଇଥିଲେ । ହେଲେ ପୋଲିସ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ସେତେ ବେଳକୁ ଦୁଇ ଆହତ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇ ଯାଇଥିଲା । ଫଳରେ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ମୋଟର ଅଟକି ରହି ଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ଏହି ରାସ୍ତା ଦେଇ ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍ପି ହିନ୍ଦୋଳ ଠାରେ ଜନ ଶୁଣାଣି ଶିବିର ରେ ଯୋଗ ଦେଇ ଫେରୁଥିବା ବେଳେ ସୌଜନ୍ୟ ଦୃଷ୍ଟି ରୁ ଘଟଣା ସ୍ଥଳରେ ନ ରହି ପଳାଇ ଯାଇଥିଲେ । ଜିଲ୍ଳା ର ଦୁଇ ମୁଖିଆ ଙ୍କ ଏତାଦୃଶ ବ୍ୟବହାରରେ ସ୍ଥାନୀୟ ଲୋକେ ମାନେ ଆହୁରି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ।
ଖବର ପାଇ ମାଜିଷ୍ଟ୍ରେଟ ଭାବେ ହିନ୍ଦୋଳ ତହସିଲଦାର ପହଂଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ପରେ ମୃତକ ଙ୍କ ପରିବାର ଲୋକେ ପହଂଚି ଦୁଇ ମୃତକ ଙ୍କୁ ହିନ୍ଦୋଳ ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ନେଇଥିଲେ ଏବଂ ରାସ୍ତାରୋକ ହଟିଥିଲା । ହେଲେ ରାସୋଳ ପୋଲିସ କୁ ମାତ୍ର ୧୦ କିଲୋମିଟର ରାସ୍ତା ପାଇଁଁ ଦେଢ଼ ଘଣ୍ଟା ବିଳମ୍ବ ରେ ପହଂଚିବା ପାଇଁ ସାଧାରଣ ରେ ପୋଲିସ ର ପାରିବା ପଣିଆ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।