“ଦିବ୍ଯ ମନୋହର ଶୀତଳର ଧାରା କୁଳୁକୁଳୁ ନାଦ ଦେଇ,
ଅବାଞ୍ଛିତ ଆଶା କିରଣକୁ ନେଇ ବହିଯାଏ ମୋ ଗାଁ ଦେଇ ।”
“ଦେଇ ଉପଦେଶ ମାନବ ଜାତିକୁ ନ ହୋଇ ସ୍ୱାର୍ଥପର,
କରି ଯାଅ ଘର ଅନ୍ୟର ପରାଣେ ବହିଯାଏ ଏହା କହି ।”
“ଅବୋଲକରା ଏ ସତେଜ ପବନ ମୋ ଗାଁ ର ଦେହ ଛୁଇଁ,
ଶିଖେଇ ଯାଏ ସେ ଅଲିଭା ସ୍ପର୍ଶକୁ , ହୃଦୟ ଛୁଇଁବା ପାଇଁ ।”
“ମଣିଷର ଅକର୍ମଣ୍ଯତାକୁ ଅଟ୍ଟହାସ୍ଯରେ ଭରି,
ସୋରିଷଫୁଲର ଲହରୀ ଶିଖାଏ କର୍ମ ହିଁ ଜୀବନ ଵୋଲି ।”
“ପ୍ରତ୍ୟୁଷରେ କଳା କାକର ଚିତ୍କାର ଶାନ୍ତ ନିଦ୍ରା ଭଙ୍ଗ କରେ,
ଚଞ୍ଚଳତା ଆଉ ସମୟାନୁବର୍ତ୍ତିତା କର୍ମର ଅସ୍ଥିତ୍ଵ କହେ ।”
“ଅସ୍ଥିତ୍ଵର ଜଡ ବୁକୁରେ ଜାବୁଡ଼ି କେତେ ବା ହେବ ସମ୍ଭାଳି,
ଦୁଃଖର ଭାରକୁ ଦୃଢେ଼ ହେ ସମ୍ଭାଳ ଦୂର ପାହାଡ କହେ ଖାଲି ।”
“ସମସ୍ତ ମନ ର ଆଶା କିରଣ କୁ ବୁକୁ ରେ ଜାବୁଡ଼ି ଧରି,
ସୁନ୍ଦର ସରଳ ମୋ ଗାଁ ତିଷ୍ଠିଛି କାହିଁ କେତେ ଯୁଗ ଧରି ।
ସୁନ୍ଦର ମୋ ଗାଁ ସୁନ୍ଦର ମୋ ଭାଷା, ନାହିଁ କିଛି ଏହା ପରି ।”
✍️ସୁଶ୍ରୀ ସଂଗୀତା ସେଠୀ