News
WhatsApp Image 2023-10-04 at 17.25.00
samparksetu

କଳା ଧଳା

ଇନ୍ଦ୍ରଧନୁର ସପ୍ତ ରଙ୍ଗରେ
କଳା ଧଳା ଦୁହେଁ ସୁପ୍ତ ,
ଷଠୀ ରୁ ଆରଂଭ
ମଶାଣୀ ରେ ଶେଷ
ଜୀବନ ର ଚିର ସତ୍ୟ ।

ରଙ୍ଗିନ ଯୌବନ
ସଂଗିନୀ ଯାପନ
ବୟସ ର ଛାଇ ଚିତ୍ର ,
ଦେହ ଉପ ପାଦ୍ୟ
ବିଦେହ ପ୍ରଭେଦ
ବିଭୂ ପ୍ରେମ ପ୍ରତିହତ ।

ରଙ୍ଗ ମତୁଆଲା
ଢଂଗ ପ୍ରୀତି ପାଲା
କ୍ରମେ କ୍ରମେ ହୁଏ ଅନ୍ତ,
କାନ୍ଦୁରା ବେସୁରା
ଜୀଵନ ଟା ସାରା
ଅଂଧାର ଟି ବସେ ମିତ ।

ବୁଜି ଦେଲେ ଆଖି
ଆଉଜେ ସେ ପକ୍ଷୀ
ଦେଇ ପ୍ରେମ ର ସଂକେତ,
କଳା ସାଥେ ଧଳା
କରୁଚି ପଗଳା
ଭରସା କେବଳ କାତ
ସାହା ହେବେ ଜଗନ୍ନାଥ ।

✍️ ନାୟକ ଅକ୍ଷୟ ରାଜହସ୍ତୀ

new life
You might also like
error: Content is protected !!