ଶୁକ୍ରବାର ଦିନ ମୋଟଙ୍ଗା ଥାନା ବଦାଳୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୋଡାଡିଆ ଗ୍ରାମ ରେ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ନେବା ରେ ଜଣାଗଲା ଯେ ଅନଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ଗ୍ରାମ ର ଅନନ୍ତ ଚରଣ ବେହେରା ଙ୍କ ଭଉଣୀ ମଧୁସ୍ମିତା ବେହେରା ଗତ ତିନି ବର୍ଷ ତଳେ ଘୋଡାଡିଆଁ ଗ୍ରାମ ର ଶ୍ରୀଧର ପରିଡ଼ା ପୁତ୍ର ଜିତେନ୍ଦ୍ର କୁମାର ପରିଜା ଙ୍କ ସହିତ ବିବାହ ହୋଇଥିଲା ।
ବିବାହ ର କିଛି ଦିନ ପରେ ପରିବାର ଲୋକେ ମଧୁସ୍ମିତା ଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅନନ୍ତ ଚରଣ ବେହେରା ମୋଟଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
ତେବେ ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତ ପରେ ଆତ୍ମହତ୍ୟା ର ରହସ୍ୟ ଜଣାପଡିବ ।