କାମାକ୍ଷାନଗର ବ୍ଲକ ମହୁଲପାଳ ସମବାୟ ସମିତି ର ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ l ମାତ୍ର ସମବାୟ ସମିତି ନିର୍ବାଚନ କୁ ବିରୋଧ କରୁଛନ୍ତି କିଛି ପ୍ରାର୍ଥୀ l ପ୍ରାର୍ଥୀ ମାନଙ୍କ କହିବା ଅନୁସାରେ ସମବାୟ ନିର୍ବାଚନ ସମବାୟ ସମିତି ପରିସରରେ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା l
ମାତ୍ର କିଛି ପ୍ରାର୍ଥୀ ମାନଙ୍କୁ ନଜଣାଇ ଅପର ପକ୍ଷର କିଛି ପ୍ରାର୍ଥୀ ନିଜ ଇଛା ଅନୁସାରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ଯୋଜନା କରୁଥିଲେ l ଏ ସମ୍ପର୍କ ରେ ଖବର ପାଇ ୧୫ ଜଣ ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ତାଙ୍କୁ କାହିଁକି ଜଣାନଯାଇ ନିର୍ବାଚନ କୁ ସ୍ଥାନାନ୍ତର କରାଯିବାକୁ ନେଇ ପ୍ରତିବାଦ କରିଥିଲେ l
ଏପରିକି ନିର୍ବାଚନ କୁ ବନ୍ଦ କରିବା ପାଇଁ ମଧ୍ୟ ଅଡ଼ି ବସିଥିଲେ l ଏ ସମ୍ପର୍କ ରେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବା ସହ ସୁରୁଖୁରୁରେ ନିର୍ବାଚନ ସମାପନ କରିବା ପାଇଁ ଉତ୍ୟକ୍ତ ପ୍ରାର୍ଥୀଙ୍କୁ ବୁଝାସୁଝା କରିଥିଲେ l ଖବର ଲେଖା ହେବା ପର୍ଯ୍ୟନ୍ତ ନିର୍ବାଚନ ହେବ କି ନାହିଁ ସ୍ପଷ୍ଟ ଜଣାପଡ଼ି ନାହିଁ l