ହିନ୍ଦୋଳ ଏନଏସି ରେ ଆଜି ସନ୍ଧ୍ୟା ୭ ଟାରେ ଏକ କାର ଜନୈକ ଘରେ ଧକ୍କା ଦେବା ଏବଂ ପରବର୍ତ୍ତୀ ସମୟରେ ଚାଳକ ଙ୍କ ଦେହରେ କିଛି କ୍ଷତ ନଥାଇ ମୃତ୍ୟୁ ବରଣ କରିବା ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି।ଏହି ଘଟଣା କୁ ନେଇ ନିରପେକ୍ଷ ତଦନ୍ତ କରାଯିବା କୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୭ ଟା ସମୟରେ ହିନ୍ଦୋଳ ଥାନା ବନମାଳୀପୁର ଗ୍ରାମ ବଲ୍ଲେଇ ମୁଦୁଲି ଙ୍କ ପୁଅ ଦେବିପ୍ରସାଦ ମୁଦୁଲି ନିଜ କାର ଚଳାଇ ଘରୁ ମେଡିକାଲ ଛକ ଆଡେ ଆସୁଥିଲା । ହଠାତ ଭାରସାମ୍ୟ ହରାଇ କାର ଟି ୱାର୍ଡ ନଂ-୮ ପଟଣା ସାହିରେ ଦୁଇ ତିନି ଜଣ ବାଇକ ଅରୋହୀଙ୍କୁ ଧକ୍କା ଦେଇ ଜୈନିକ ବ୍ୟକ୍ତିଙ୍କ ଘର କାନ୍ଥରେ ନେଇ ଗାଡି ପିଟି ଦେଇଥିଲେ। ଫଳରେ ହିନ୍ଦୋଳ ଏନଏସି ର ରାଜୁ ମାଝୀ, ସୁଶାନ୍ତ ସାହୁ, ଟିଆ ବାରିକ ଆହତ ହୋଇଥିବା ଜଣା ପଡ଼ିଛି ।
ଦୁର୍ଘଟଣା ପରେ ଲୋକ ମାନେ ଘଟଣା ସ୍ଥଳରେ ରୁଣ୍ଡ ହୋଇ ଯିବା ପରେ ଦେବିପ୍ରସାଦ ଙ୍କୁ କାର ଭିତରୁ ଟାଣି ଆଣି ବା ଏବଂ ପରବର୍ତ୍ତୀ ସମୟରେ ସେ ମୃତ୍ୟୁ ବରଣ କରିବା ଘଟଣା ତଦନ୍ତ ସାପେକ୍ଷ ଏବଂ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି ।