News
WhatsApp Image 2023-10-04 at 17.25.00
samparksetu

ଗଁଦିଆ ସରକାରୀ ହାଇସ୍କୁଲ ରେ ଶିକ୍ଷକ ମରୁଡି

ଗଁଦିଆ ସରକାରୀ ହାଇସ୍କୁଲ ରେ ବର୍ତ୍ତମାନ ଦେଖିବାକୁ ମିଳିଛି ଶିକ୍ଷକ ମରୁଡି ,ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଏଠାରେ ଶିକ୍ଷାଦାନ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଅଛି ଯାହାକୁ ନେଇ ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଉକ୍ତ ବିଦ୍ୟାଳୟଟି୧୯୬୨ମସିହାରେ ସ୍ଥାପିତ ହୋଇଛି ଏଠାରେ ୬ଷ୍ଟଠାରୁ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ଶିକ୍ଷାଦାନ ପ୍ରଦାନ କରାଯାଉଛି ଏଠାରେ ବର୍ତ୍ତମାନ ୪୪୫ଜଣ ଛାତ୍ର/ଛାତ୍ରୀ ଅଧାୟନ କରୁଛନ୍ତି କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ୮ଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ ସରକାରୀ ନିୟମ ଅନୁଯାୟୀ ଉକ୍ତ ବିଦ୍ୟାଳୟରେ୧୨ଜଣ ଶିକ୍ଷକ ନିଯୁକ୍ତି ହେବକଥା ,ହେଲେ ଏହି ସମସ୍ୟା ସମ୍ପର୍କରେ ଶିକ୍ଷା ଅଧିକାରୀ ଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ ।

ବିଶେଷ କରି ଏଠାରେ ଥିବା୬ଷ୍ଟରୁ ୮ମ ଶ୍ରେଣୀ ନିମନ୍ତେ କୌଣସି ସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଯାହା ଫଳରେ ଏଠାରେ କାର୍ଯ୍ୟରତ ଅନ୍ୟ ଶିକ୍ଷକ ମାନେ ଏହି ଶ୍ରେଣୀରେ ବାଧ୍ୟ ହୋଇ ଶିକ୍ଷା ଦାନ କରୁଛନ୍ତି । ବର୍ତ୍ତମାନ ଏହି ସରକାରୀ ବିଦ୍ୟାଳୟଟି ରାଜ୍ୟ ସରକାର ଙ୍କର5T ଯୋଜନାରେ ସାମିଲ ହୋଇଛି ଓ ଉପର ଚକାଚକ ହୋଇ ଝଲସୁଛି । କିନ୍ତୁ ଭିତର ଫମ୍ପା ସଦୃଶ ହୋଇଛି ଯେଉଁମାନଙ୍କ ଦ୍ୱାରା ପିଲାମାନେ ନିଜର ଭବିଷ୍ୟତ ତିଆରି କରି ପାରିବେ ତାହାର ରହିଛି ଅଭାବ ଏହି ଶିକ୍ଷକ ଅଭାବର ଶୂନ୍ୟସ୍ଥାନ ପୁରାଣ ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ଲିଖିତ ଭାବେ ଜଣାଇଛନ୍ତି ।

new life
You might also like
error: Content is protected !!