News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନଏସି ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ; ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ ,କଲେ ରାସ୍ତା ରୋକ

ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଙ୍କ ପତ୍ନୀ ଓ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ ପଟଣା ରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ୩ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର ୱାର୍ଡ ନଂ-୧୨ ବାସୀ ଦେବି ପ୍ରସାଦ ମୁଦୁଲିଙ୍କ ମୃତ୍ୟୁ ସନ୍ଦେହ ଜନକ ଥିଲା।ଆଜି ଦେବୀ ପ୍ରସାଦ ଙ୍କ ସ୍ତ୍ରୀ ସୁଭଦ୍ରା ଅଭିଯୋଗ ରେ ଦର୍ଶାଇଛନ୍ତି ଯେ ୱାର୍ଡ ନଂ୮ବାସିନ୍ଦା ଶ୍ରୀ ସନ୍ତୋଷ ମହାପାତ୍ର ଏବଂ ଅନ୍ୟମାନେ ଦେବୀପ୍ରସାଦ ଙ୍କୁ ଗାଡ଼ିରୁ ଟାଣି ବିଧା ଗୋଇଠା ମାରି ପ୍ରବଳ ମାଡ ମାରିଥିବା ରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆହୁରି ମଧ୍ୟ ଦେବୀପ୍ରସାଦ ଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ମାଡ ମରାଯାଇଥିବାର ସ୍ପଷ୍ଟ ବାରିହୋଇପଡୁଥିଲା।ଆଜି ସକାଳେ ଅଭିଯୋଗ ପରେ ସାଇଣ୍ଟିଫିକ ଦଳ ଏବଂ ହିନ୍ଦୋଳ ପୋଲିସ ଆସି ତଦନ୍ତ କରିଥିଲେ ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ ମାତ୍ର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ହିନ୍ଦୋଳ ଡ୍ରାଇଭର ସଂଘ ଓ ସ୍ଥାନୀୟ ଜନସାଧାରଣ ଓ ମୁତକଙ୍କ ଶବ ଧରିପରିବାର ବର୍ଗ ରାସ୍ତାରୋକ ସହ ଧାରଣାରେ ବସିଥିଲେ।

ଘଟଣା ସ୍ଥଳରେ ହିନ୍ଦୋଳ ତହସିଲଦାର ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଉପଜିଲ୍ଲାପାଳ ଗଜାନନ ପ୍ରଧାନ, ହିନ୍ଦୋଳ ଏସ ଡିପିଓ, ଆଇ ଆଇ ସି, ଓଆଇସି, ହିନ୍ଦୋଳ ଏନ ଏ ସି ଉପାଧ୍ୟକ୍ଷ ଟିମା ବେହେରା, କାଉନସିଲର ପ୍ରଦ୍ୟୁମ୍ନ ବେହେରା, ତପନ ପରିଡ଼ା ପ୍ରମୁଖ ଧାରଣାରେ ଜନସାଧରଣ ଓ ପରିବାର ବର୍ଗଙ୍କୁ ବୁଝାସୁଝା କରିବା ସହ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା ଯୋଗାଇ ଦେବା ସହ ଅଭିଯୁକ୍ତ ମାନଙ୍କୁ ସାତ ଦିନ ମଧ୍ୟରେ ଗିରଫ କରିବା ସହ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଥଇଥାନ କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଏବଂ ଶବକୁ ଦାହ କରିବାକୁ ନେଇଥିଲେ। ହିନ୍ଦୋଳ ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇପିସି ୩୦୨ ,ଆଇପିସି୩୪,ଧାରାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜରିରଖି ଆସାମୀ ମାନଙ୍କୁ ଖୋଜୁଛି।

new life
You might also like
error: Content is protected !!